ହାଇଦ୍ରାବାଦ:କୋରୋନାରୁ ସୁସ୍ଥ ହେଲେ ବଲିଉଡ୍ ଅଭିନେତା ଅକ୍ଷୟ କୁମାର । ଏନେଇ ସୋମବାର ଅଭିନେତ୍ରୀ ତଥା ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ବିଙ୍କଲ ଖାନ୍ନା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।
ଗତ ଏପ୍ରିଲ 4 ତାରିଖରେ ଅକ୍ଷୟ କୁମାର କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଆକ୍ରାନ୍ତ ହେବାର ପରଦିନ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।