ଓଡିଶା

odisha

ETV Bharat / sitara

ଆସିଲା 'ମିଶନ ମଙ୍ଗଳ'ର ପ୍ରଥମ ପୋଷ୍ଟର

ଅଗଷ୍ଟ 15ରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି ଅକ୍ଷୟଙ୍କ ମିଶନ ମଙ୍ଗଳ । ଏବେ ଜାରି ହୋଇଯାଇଛି ଫିଲ୍ମର ପ୍ରଥମ ପୋଷ୍ଟର ।

By

Published : Jul 5, 2019, 12:22 PM IST

ଫଟୋ ସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର

ମୁମ୍ବାଇ: ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ 'ସୂର୍ଯ୍ୟବଂଶୀ'ର ସୁଟିଂ କରୁଥିବା ଖିଲାଡି ଅକ୍ଷୟ କୁମାର ମଙ୍ଗଳ ଗ୍ରହର କାହାଣୀ ନେଇ ପରଦାରେ ନଜର ଆସିବେ । ସେ ଖୁବଶୀଘ୍ର 'ମିଶନ ମଙ୍ଗଳ' ଜରିଆରେ ଫ୍ୟାନ୍ସଙ୍କୁ ମଙ୍ଗଳ ଗ୍ରହ ଯାତ୍ରା କରାଇବେ ।

ଏହି ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ବିଦ୍ୟା ବାଲନ, ତାପସୀ ପନ୍ନୁ ଓ ସୋନାକ୍ଷୀ ସିହ୍ନା । ଇତମଧ୍ୟରେ ରିଲିଜ ହୋଇଯାଇଛି 'ମିଶନ ମଙ୍ଗଳ'ର ପ୍ରଥମ ପୋଷ୍ଟର ।

ଫଟୋ ସୌଜନ୍ୟ: ଟ୍ବିଟର@ଫକ୍ସ ଷ୍ଟାର

ଅକ୍ଷୟ ଓ ତାପସୀ ନିଜ ନିଜ ଟ୍ବିଟରରେ ଏହି ପୋଷ୍ଟରକୁ ସେୟାର କରିଛନ୍ତି । ଭାରତର ମଙ୍ଗଳଗ୍ରହ ଅଭିଯାନ ଉପରେ କେନ୍ଦ୍ରୀତ ଏହି ଫିଲ୍ମରେ ଅକ୍ଷୟ ଜଣେ ବୈଜ୍ଞାନିକ ଭୂମିକାରେ ନଜର ଆସିବେ । ଆଉ ଫିଲ୍ମ ଘୋଷଣା ହେବାଠାରୁ ହିଁ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଆସୁଛି । କାରଣ ବଲିଉଡରେ ପ୍ରଥମଥର ଭାରତର ମଙ୍ଗଳ ମିଶନ ଉପରେ ଫିଲ୍ମ ତିଆରି ହେବାକୁ ଯାଉଛି ।

ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶନା ଜଗତରେ ଡେବ୍ୟୁ କରିବାକୁ ଯାଉଛନ୍ତି ଜଗନ ଶକ୍ତି । ସେ ଏହାପୂର୍ବରୁ 'ହଲିଡେ' ଏବଂ 'ପ୍ୟାଡମ୍ୟାନ' ଫିଲ୍ମରେ ଅକ୍ଷୟଙ୍କ ସହ କାମ କରିସାରିଛନ୍ତି । ସେ ଏହିସବୁ ଫିଲ୍ମରେ ସହ-ନିର୍ଦ୍ଦେଶକ ରୂପେ କାମ କରିଥିଲେ । ଫକ୍ସ ଷ୍ଟାର ଷ୍ଟୁଡିଓ ତାର ଅଫିସିଆଲ ଟ୍ବିଟରରେ ଏହି ପୋଷ୍ଟରଟିକୁ ସେୟାର କରିଛି ।

ପ୍ରକାଶ ଥାଉକି ଫିଲ୍ମଟି ଅଗଷ୍ଟ 15ରେ ରିଲିଜ ହେବାକୁ ଯାଉଛି । ଅକ୍ଷୟଙ୍କ ଫିଲ୍ମ 'ବେବି' ଜରିଆରେ ଫେମସ ହୋଇଥିଲେ ତାପସୀ । ଅନ୍ୟପଟେ ସୋନାକ୍ଷୀ 'ରାଉଡି ରାଠୋର' ଏବଂ 'ହଲିଡେ' ଭଳି ଫିଲ୍ମରେ କାମ କରିସାରିଛନ୍ତି ।

ABOUT THE AUTHOR

...view details