ଓଡିଶା

odisha

ETV Bharat / sitara

ଦୀପାବଳିରେ ରିଲିଜ ହେବନି ଅକ୍ଷୟଙ୍କ ଫିଲ୍ମ 'ସୂର୍ଯ୍ୟବଂଶୀ' ! - ଦୀପାବଳିରେ ରିଲିଜ ହେବ ନାହିଁ ଅକ୍ଷୟଙ୍କ ଫିଲ୍ମ 'ସୂର୍ୟାବଂନ୍ସି' !

ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ୍ ଫିଲ୍ମ 'ସୂର୍ଯ୍ୟବଂଶୀ' ର ରିଲିଜ୍ ତାରିଖ ପୁଣି ଘୁଞ୍ଚାଯାଇଛି । ଅକ୍ଟୋବର 15 ରୁ ସମସ୍ତ ପ୍ରେକ୍ଷାଳୟ ଖୋଲିବ କି ନାହିଁ ନିର୍ମାତାମାନେ ନିଶ୍ଚିତ ନୁହଁନ୍ତି । ଏଭଳି ପରିସ୍ଥିତିରେ ସେ ନିଷ୍ପତ୍ତି ନେଇଛନ୍ତି ଯେ ଦିୱାଲୀରେ 'ସୂର୍ଯ୍ୟବଂଶୀ' ରିଲିଜ୍ କରିବା ସମ୍ଭବ ନୁହେଁ । ଅଧିକ ପଢନ୍ତୁ...

Akshay Kumar starrer Sooryavanshi release pushed again
ଦୀପାବଳିରେ ରିଲିଜ ହେବ ନାହିଁ ଅକ୍ଷୟଙ୍କ ଫିଲ୍ମ 'ସୂର୍ୟାବଂନ୍ସି' !

By

Published : Oct 2, 2020, 3:54 PM IST

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସୂର୍ଯ୍ୟବଂଶୀ' ଏହି ଦିୱାଲୀରେ ମୁକ୍ତିଲାଭ କରିବ ନାହିଁ । ରିଲାଏନ୍ସ ଏଣ୍ଟରଟେନମେଣ୍ଟ୍ରର ଗ୍ରୁପ୍ ସିଇଓ ଶିବାଶିଶ୍ ସରକାର ଏହି ସୂଚନା ଦେଇଛନ୍ତି।

ତେବେ ଫିଲ୍ମର ନିର୍ମାତାମାନେ ଜୁନ୍ ମାସରେ ଘୋଷଣା କରିଥିଲେ ଯେ ଏହି ଚଳଚ୍ଚିତ୍ର 2020 ଦିୱାଲୀରେ ମୁକ୍ତିଲାଭ କରିବ। କିନ୍ତୁ ବର୍ତ୍ତମାନ ନିର୍ମାତାମାନେ ସେମାନଙ୍କର ମତ ପରିବର୍ତ୍ତନ କରିଛନ୍ତି।

ବାସ୍ତବରେ, ଅକ୍ଟୋବର 15 ରୁ ସମସ୍ତ ପ୍ରେକ୍ଷାଳୟ ଖୋଲିବ କି ନାହିଁ ନିର୍ମାତାମାନେ ନିଶ୍ଚିତ ନୁହଁନ୍ତି । ଏଭଳି ପରିସ୍ଥିତିରେ ସେ ନିଷ୍ପତ୍ତି ନେଇଛନ୍ତି ଯେ ଦିୱାଲୀରେ ‘ସୂର୍ଯ୍ୟବଂଶୀ' ରିଲିଜ୍ କରିବା ସମ୍ଭବ ନୁହେଁ ।

ଶିବାଶିଶ୍ କହିଛନ୍ତି ଯେ, ଗୋଟିଏ କଥା ବହୁତ ସ୍ପଷ୍ଟ ଯେ, ଆମେ ଦୀପାବଳିରେ କୌଣସି ଫିଲ୍ମ ରିଲିଜ୍ କରୁନାହୁଁ ଏବଂ ଅନ୍ୟ କୌଣସି ନିଷ୍ପତ୍ତି ମଧ୍ୟ ନିଆଯାଇ ନାହିଁ। ବର୍ତ୍ତମାନ ଦିୱାଲୀରେ ଫିଲ୍ମ ରିଲିଜ୍ କରିବା ସମ୍ଭବ ନୁହେଁ। ବର୍ତ୍ତମାନ ଅକ୍ଟୋବର 15 ରୁ ସମସ୍ତ ପ୍ରେକ୍ଷାଳୟ ଖୋଲୁନାହିଁ । ଯଦି ଏହା ନଭେମ୍ବର 1 ରୁ ଖୋଲିବ, ତେବେ 10-15 ଦିନର କମ ସମୟରେ ଫିଲ୍ମ କିପରି ମୁକ୍ତିଲାଭ କରିବ?

ଏହି ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅକ୍ଷୟ କୁମାର ଏବଂ ରୋହିତ ଶେଟ୍ଟୀଙ୍କ ଫିଲ୍ମ 'ସୂର୍ଯ୍ୟବଂଶୀ' ଅନ୍ୟତମ ।

'ସୂର୍ଯ୍ୟବଂଶୀ' ବ୍ୟତୀତ ରଣଭୀର ସିଂଙ୍କ ଫିଲ୍ମ '83' ରିଲିଜ୍ ପାଇଁ କିଛି ନିଷ୍ପତ୍ତି ନିଆଯାଇ ନାହିଁ । ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିବାର ଥିଲା । କିନ୍ତୁ ବର୍ତ୍ତମାନ କିଛି କୁହାଯାଇପାରିବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details