ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର ଓ କିୟାରା ଆଡଭାନୀଙ୍କ ଚର୍ଚ୍ଚିତ ଫିଲ୍ମ ‘ଲକ୍ଷ୍ମୀ ବମ’କୁ ନେଇ ଦୀର୍ଘ ସମୟରୁ ଉତ୍ସାହିତ ଦର୍ଶକ। ଫିଲ୍ମକୁ ପରଦାରେ ଦେଖିବାକୁ ବ୍ୟାକୁଳ ସମସ୍ତେ। ଇତିମଧ୍ୟରେ ସାମ୍ନାକୁ ଆସିଛି ଖୁସି ଖବର। ଲକଡାଉନ ପାଇଁ ଦେଶରେ ବନ୍ଦ ଥିବା ସିନେମାଘରେ ପାଇଁ ସବୁ ଫିଲ୍ମ ରିଲିଜକୁ ରଦ୍ଦ କରିଦିଆଯାଇଥିଲା ।
ଏହାକୁ ଦୃଷ୍ଟିରେ ରଖି ଫିଲ୍ମ ମେକର୍ସ ନିଜ ନିଜ ଫିଲ୍ମକୁ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି। ଏବେ ଏହି କ୍ରମରେ ସାମିଲ ହୋଇଛି ଅକ୍ଷୟଙ୍କ ଏହି ହରର ଡ୍ରାମା ଫିଲ୍ମ। ଚର୍ଚ୍ଚା ଜୋର ଧରିଛି ଯେ କିଛି ଦିନ ପୂର୍ବରୁ ଫିଲ୍ମର ରାଇଟ୍ସ ଓଟିଟି ପ୍ଲାଟଫର୍ମକୁ ବିକ୍ରି କରିଦିଯାଇଥିଲା।