ଓଡିଶା

odisha

By

Published : Jun 30, 2020, 1:38 PM IST

ETV Bharat / sitara

ଆସିଲା ‘ସୂର୍ଯ୍ୟବଂଶୀ’ ଓ ‘83’ର ନୂଆ ରିଲିଜ ତାରିଖ

ସାମ୍ନାକୁ ଆସିଲା ଦୁଇ ବଡ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଓ ‘83’କୁ ନେଇ ଖୁସି ଖବର । ଖୁବଶୀଘ୍ର ସିନେମାହଲରେ ଦେଖିବାକୁ ମିଳିବ ଫିଲ୍ମ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଆକ୍ସନ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଓ ରଣବୀର ସିଂଙ୍କ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘83’ ଦେଖିବାକୁ ଦୀର୍ଘ ସମୟରୁ ଅପେକ୍ଷା କରିଛନ୍ତି ଦର୍ଶକ । ଏବେ ଫିଲ୍ମକୁ ନେଇ ଗୁଡନ୍ୟୁଜ ସାମ୍ନାକୁ ଆସିଛି । ଯାହାକୁ ଶୁଣି ଖୁସି ହୋଇଯିବେ ଦର୍ଶକ । କାରଣ ଏହି ଦୁଇ ବିଗ ବଜେଟ ଫିଲ୍ମକୁ ନୂଆ ରିଲିଜ ତାରିଖ ମିଳିଯାଇଛି । ଏହି ଖବର ଶୁଣି ଦର୍ଶକ ଯେତିକି ଖୁସି, ସେତିକି ଖୁସି ଦେଶର ଅନେକ ମଲ୍ଟିପ୍ଲେକ୍ସ ସିନେମାହଲ । ଏହି ସିନେମାହଲ ସୋସିଆଲ ମିଡିଆରେ ଖୁସି ବ୍ୟକ୍ତି କରି ଫିଲ୍ମର ରିଲିଜ ହେବା ଘୋଷଣା କରିଛନ୍ତି ।

କର୍ଣ୍ଣିଭଲ ସିନେମାଘର ଓ ପିବିଆର ସିନେମାହଲ ତରଫରୁ ସୋସିଆଲ ମିଡିଆରେ କୁହାଯାଇଛି ଯେ ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିକ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଏବର୍ଷ ଦୀପାବଳିରେ ରିଲିଜ ହେବ । ସେହିପରି କବୀର ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘83’ ଖ୍ରୀଷ୍ଟମାସରେ ପରଦାରେ ଦେଖିବେ ଦର୍ଶକ ।

ଲକଡାଉନ ପୂର୍ବରୁ ଦେଶର ସବୁ ସିନେମାହଲକୁ ବନ୍ଦ କରିଦିଆଯାଇଥିଲା । ଏବେ ମଧ୍ୟ ସିନେମାହଲ ବନ୍ଦ ଅଛି । ହେଲେ ଫିଲ୍ମ ରିଲିଜ ତାରିଖ କଥା ଶୁଣି ସମସ୍ତଙ୍କ ମନରେ ଖୁସି ଭରି ଯାଇଛି ।

ପ୍ରକାଶ ଥାଉକି ଅନେକ ସିନେମାଘର ମାଲିକ ଲକଡାଉନ ପାଇଁ ଏଙି କାରଣରୁ ଚିନ୍ତିତ ଅଛନ୍ତି ଯେ ଅନେକ ଛୋଟ, ବଡ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ହେବାର ଘୋଷଣା ହେତୁ । ହେଲେ ଏହି ଦୁଇ ଫିଲ୍ମର ମେକର୍ସ ପୂର୍ବରୁ ହିଁ ଘୋଷଣା କରିଥିଲେ ଫିଲ୍ମ ଯେବେ ବି ରିଲିଜ ହେବ ସିନେମାହଲରେ ରିଲିଜ ହେବ ।

ABOUT THE AUTHOR

...view details