ଓଡିଶା

odisha

ETV Bharat / sitara

'କେଶରୀ' ଅନ୍ଦାଜରେ ଖିଲାଡୀ କୁମାର, ଭିଡିଓ ଭାଇରାଲ

ରିଲିଜ ହୋଇଯାଇଛି ଅକ୍ଷୟ କୁମାରଙ୍କ ମୋଷ୍ଟ ୱାଣ୍ଟେଡ ଫିଲ୍ମ 'କେଶରୀ'ର ଟିଜର । ଅନେକଦିନ ହେବ ସୋସିଆଲ ମିଡିଆରେ ଟିଜରକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଏବେ ଏହି ଟିଜରରେ ଦେଖିବାକୁ ମିଳିଛି ସାରଗଢୀର ଶିଖ ଓ ଆଫଗାନୀ ସୈନିକଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ।

By

Published : Feb 12, 2019, 11:19 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ


ମୁମ୍ବାଇ: ରିଲିଜ ହୋଇଯାଇଛି ଅକ୍ଷୟ କୁମାରଙ୍କ ମୋଷ୍ଟ ୱାଣ୍ଟେଡ ଫିଲ୍ମ 'କେଶରୀ'ର ଟିଜର । ଅନେକଦିନ ହେବ ସୋସିଆଲ ମିଡିଆରେ ଟିଜରକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଏବେ ଏହି ଟିଜରରେ ଦେଖିବାକୁ ମିଳିଛି ସାରଗଢୀର ଶିଖ ଓ ଆଫଗାନୀ ସୈନିକଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ।

ତେବେ 'କେଶରୀ'ର ଟିଜର ପୂର୍ବରୁ ପ୍ରଥମେ ଫିଲ୍ମର ଗୋଟିଏ ପୋଷ୍ଟର ରିଲିଜ ହୋଇଥିଲା । ପୋଷ୍ଟରରେ ଅକ୍ଷୟ ଭିନ୍ନ ଅନ୍ଦାଜରେ ନଜର ଆସୁଥିବାବେଳେ ଏହାକୁ ପ୍ରସ୍ତୁତ କରୁଛନ୍ତି ଧର୍ମା ପ୍ରଡକ୍ସନ ଓ କରଣ ଜୋହର । ଫିଲ୍ମର ନିର୍ଦ୍ଦେଶନା ଅନୁରାଗ ସିଂହ ଦେଇଥିବାବେଳେ ଅକ୍ଷୟ ଏଥିରେ ସର୍ଦ୍ଦାର ଭାବରେ ନଜର ଆସିଛନ୍ତି ।

ପ୍ରକାଶ ଥାଉକି, ଫିଲ୍ମର କାହାଣୀ ସାରଗଢୀ ଯୁଦ୍ଧକୁ ନେଇ ଆଧାରିତ । ସତ୍ୟ ଘଟଣାକୁ ନେଇ ପ୍ରସ୍ତୁତ ଏହି ଫିଲ୍ମରେ ଅକ୍ଷୟଙ୍କ ସହ ନଜର ଆସିବେ ପରିଣୀତି ଚୋପ୍ରା । ଫିଲ୍ମଟି ମାର୍ଚ୍ଚ 21ତାରିଖରେ ରିଲିଜ ହେବ । ତେବେ ଏହି ଫିଲ୍ମ ଛଡା ଅକ୍ଷୟଙ୍କ ନିକଟରେ ଏବେ ମିଶନ ମଙ୍ଗଲ, ଗୁଡ ନ୍ୟୁଜ, ହାଉସଫୁଲ 4 ଓ ରୋହିତ ଶେଟ୍ଟୀଙ୍କ ଫିଲ୍ମ 'ସୂର୍ଯ୍ୟବଂଶୀ' ଆଦି ଫିଲ୍ମ ଅଛି ।

For All Latest Updates

ABOUT THE AUTHOR

...view details