ଜୟପୁର: ବଲିଉଡର ଖିଲାଡି ଅକ୍ଷୟ କୁମାର ତାଙ୍କର ଆଗାମୀ ଚଳଚ୍ଚିତ୍ର 'ବଚ୍ଚନ ପାଣ୍ଡେ'ର ସୁଟିଂ ପାଇଁ ଜୈସଲମେରରେ ପହଞ୍ଚିଛନ୍ତି । ଏହି ଫିଲ୍ମରେ ଅକ୍ଷୟଙ୍କୁ ଗ୍ୟାଙ୍ଗଷ୍ଟର ଭୂମିକାରେ ଦେଖିବାକୁ ମିଳିବ । ନିକଟରେ ସେ ଫିଲ୍ମର ସେଟରୁ ତାଙ୍କ ଚରିତ୍ରର ଫାଷ୍ଟ ଲୁକ୍ ସେୟାର କରିଛନ୍ତି ।
ଅକ୍ଷୟ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ କଳା ସାର୍ଟ ଏବଂ ନୀଳ ଜିନ୍ସ ପିନ୍ଧିଛନ୍ତି । ମୁଣ୍ଡରେ ଏକ ନାଲି ଗାମୁଛା ବାନ୍ଧି ବେକରେ ମୋଟା ଚେନ ପିନ୍ଧି ଆଖିରେ କ୍ରୋଧ ଦେଖିବାକୁ ମିଳିଛି ।