ଓଡିଶା

odisha

ETV Bharat / sitara

ମିସାଇଲ ମ୍ୟାନଙ୍କୁ ଖିଲାଡିଙ୍କ ଶ୍ରଦ୍ଧାଞ୍ଜଳୀ - missile man

ଆଜି ହେଉଛି ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ମିସାଇଲ ମ୍ୟାନ ଭାରତ ରତ୍ନ ଡକ୍ଟର ଏପିଜେ ଅବ୍ଦୁଲ କଲାମଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ଅଭିନେତା ଅକ୍ଷୟ କୁମାର ମଧ୍ୟ ସୋସିଆଲ ମିଡିଆରେ ଏପିଜେ ଅବ୍ଦୁଲ କଲାମଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।

ଡିଜାଇନ ଫଟୋ

By

Published : Jul 27, 2019, 7:43 PM IST

ମୁମ୍ବାଇ: ଆଜି ପୁରା ଦେଶ ଭାରତର ମିସାଇଲ ମ୍ୟାନ ଡକ୍ଟର ଏପିଜେ ଅବ୍ଦୁଲ କଲାମଙ୍କୁ ଦେଉଛି ଶ୍ରଦ୍ଧାଞ୍ଜଳୀ । ତାଙ୍କ ପୂଣ୍ୟତିଥିରେ ବି-ଟାଉନର ଖିଲାଡି ଅକ୍ଷୟ କୁମାର ମଧ୍ୟ ତାଙ୍କୁ ଶ୍ରଦ୍ଧା ସୁମାନ ଦେବା ପାଇଁ ପଛଘୁଞ୍ଚା ଦେଇନାହାଁନ୍ତି । ସେ ମଧ୍ୟ ଏପିଜେ ଅବ୍ଦୁଲ କଲାମଙ୍କୁ ସ୍ନେହଭରା ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଆଜିର ଦିନରେ ଭାରତରତ୍ନରେ ସମ୍ମାନିତ ମିସାଇଲ ମ୍ୟାନ ଏପିଜେ ଅବ୍ଦୁଲ କଲାମଙ୍କ ନିଧନ ହୋଇଥିଲା ।

ଅକ୍ଷୟ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରି ଶ୍ରଦ୍ଧାଞ୍ଜଳୀ ଦେଇ ଲେଖିଛନ୍ତି, "ସ୍ବପ୍ନ ତାହା ହୋଇନଥାଏ ଯାହାକୁ ଆପଣ ଶୋଇଥିବା ସମୟରେ ଦେଖୁଛନ୍ତି, ସ୍ବପ୍ନ ତାହା ହୋଇଥାଏ ଯାହା ଆପଣଙ୍କୁ ଶୋଇବାକୁ ଦିଏନାହିଁ । ମୁଁ ଫିଲ୍ମ ମିଶନ ମଙ୍ଗଲ ପକ୍ଷରୁ ଭାରତର ମିସାଇଲ ମ୍ୟାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛୁ। ଯିଏ ଭାରତରେ ମହାକାଶ ବିଜ୍ଞାନରେ କ୍ରାନ୍ତି ଆଣିଥିଲେ ।"

ଫଟୋ ସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର

ପ୍ରକାଶ ଥାଉକି ଅକ୍ଷୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ମିଶନ ମଙ୍ଗଲ' ସ୍ବାଧୀନତା ଦିବସ ତଥା ଅଗଷ୍ଟ 15ରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି । ଏହି ଫିଲ୍ମଟି ଭାରତ ଦ୍ୱାରା ପ୍ରଥମ ପ୍ରୟାସରେ ମଙ୍ଗଳ ଗ୍ରହକୁ ସଫଳାତାପୂର୍ବକ ପଠାଯାଇଥିବା 'ମଙ୍ଗଳୟାନ'ର କାହାଣୀ ଉପରେ ଆଧାରିତ । ଫିଲ୍ମରେ ଅକ୍ଷୟଙ୍କ ବ୍ୟତୀତ ବିଦ୍ୟା ବାଲନ, ତାପସୀ ପନ୍ନୁ, ସୋନାକ୍ଷୀ ସିହ୍ନା, କ୍ରିତି କୁଲହାରୀ, ସରମନ ଯୋଶି ଓ ନିତ୍ୟା ମେନନ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଫିଲ୍ମରେ ଅକ୍ଷୟ ଭାରତୀୟ ବୈଜ୍ଞାନିକ ରାକେଶ ଧାୱନଙ୍କ ଭୂମିକାରେ ନଜର ଆସିବେ । ଅନ୍ୟପଟେ 'ମଙ୍ଗଳୟାନ'କୁ ସଫଳତା ସହ ମଙ୍ଗଳ ଗ୍ରହକୁ ପଠାଇବାରେ ମଧ୍ୟ ମହିଳାଙ୍କ ଭୂମିକା ମହତ୍ବପୂର୍ଣ୍ଣ ଥିଲା । ଯାହା ଫିଲ୍ମରେ ପର୍ଯ୍ୟବେସିତ ।

ABOUT THE AUTHOR

...view details