ମୁମ୍ବାଇ: ଖିଲାଡି ଅକ୍ଷୟ କୁମାରଙ୍କ ଅଭିନୀତ ମଲ୍ଟି ଷ୍ଟାରର ଫିଲ୍ମ ‘ମିଶନ ମଙ୍ଗଲ’ ଶୁକ୍ରବାର ରିଲିଜ ହୋଇଯାଇଛି । ବର୍ତ୍ତମାନ ଫିଲ୍ମଟି ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରିବାରେ ଲାଗିପଡିଛି । ଏହି ଫିଲ୍ମଟି ଓପନିଂ ଡେରେ 29 କୋଟି ଆୟ କରିଥିଲା । ‘ମିଶନ ମଙ୍ଗଲ’ ଅକ୍ଷୟଙ୍କ ସବୁଠାରୁ ବଡ ଓପନିଂ ଫିଲ୍ମ ସାବ୍ୟସ୍ତ ହୋଇଛି । କିନ୍ତୁ ଫିଲ୍ମ କଲେକ୍ସନ ଠାରୁ ଅଧିକା ଅକ୍ଷୟ ଅନ୍ୟ ଏକ କାରଣକୁ ନେଇ ବହୁତ ଖୁସି ଅଛନ୍ତି ।
ଫଟୋ ସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର ଆଉ କହିଛନ୍ତି କି ମହାକାଶ ଯାନକୁ ନେଇ ଫିଲ୍ମ ତିଆରି କରିବାର ଏହି ଉଦ୍ଦେଶ୍ୟ ଥିଲା । କଥାଟି ହେଲା କି ରୋହନ ଶାହ ନାମକ ଜଣେ ବ୍ୟକ୍ତି ନିଜ ଝିଅଙ୍କର ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ରୋହନଙ୍କ ଝିଅ ନିଜେ ତିଆରି କରିଥିବା ଏକ ଚିତ୍ର ସହ ନଜର ଆସୁଛନ୍ତି ।
8 ବର୍ଷୀୟ ଏହି ଝିଅ ହ୍ବାଇଟ ବୋର୍ଡରେ ଫିଲ୍ମର ଏକ ସିନର ଫଟୋ ତିଆରି କରିଛନ୍ତି । ଫଟୋକୁ ସେୟାର କରି ରୋହନ ଲେଖିଛନ୍ତି, ‘ମୁଁ କାଲି ମୋ ଝିଅ ସହ ମିଶନ ମଙ୍ଗଲ ଦେଖିବାକୁ ଯାଇଥିଲି । ଆଉ ଆଜି ସକାଳେ ଯେତେବେଳେ ଉଠିଲି ତେବେ ଦେଖିଲି କି ମୋ ଝିଅ ଏକ ଫଟୋ ତିଆରି କରିଥିଲେ, ଯାହା ସେ ଫିଲ୍ମରେ ଦେଖିଥିଲେ । ମୁଁ ବହୁତ ପ୍ରଭାବିତ ହୋଇଛି ଫିଲ୍ମ ଦେଖି । ଧନ୍ୟବାଦ ମିଶନ ମିଙ୍ଗଲ ଟିମ ।’
ରୋହନଙ୍କ ଏହି ଟ୍ବିଟ ପରେ ଅକ୍ଷୟ ରିଟ୍ବିଟ କରି କ୍ୟାପସନରେ ଲେଖିଥିଲେ, ‘ଏହି ଫଟୋ ମୋ ପୁରା ଦିନକୁ ସୁନ୍ଦର କରିଦେଲା । ଆମର ଏହି ଫିଲ୍ମ ନିର୍ମାଣ କରିବାର ମୋଟିଭ ଥିଲା କି ଏହାଦ୍ବାରା ଦର୍ଶକ ଓ ପିଲା ପ୍ରେରଣା ପାଇବା ସହ ବୈଜ୍ଞାନିକ ପ୍ରତି ନିଜର ରୁଚି ବଢାଇବେ ।’