ନୂଆଦିଲ୍ଲୀ: ଏବେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର 'ବେଲ୍ ବଟମ୍'ର ରିଲିଜ୍ ଡେଟ ସାମ୍ନାକୁ ଆସିଛି । 'ବେଲ୍ ବଟମ୍' ର ନିର୍ମାତାମାନେ ଏହି ଫିଲ୍ମକୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛନ୍ତି ।
ଫିଲ୍ମ 28 ମେ 2021 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ନେଇ କାର୍ଯ୍ୟକ୍ରମ ରହିଥିବା କହିଛନ୍ତି ନିର୍ମାତା ଜ୍ୟାକି ଭଗ୍ନାନୀ । ଏହା ରଣଜିତ ଏମ ତିୱାରୀଙ୍କ ନିର୍ଦ୍ଦେଶିତ ଏକ ରୋମାଞ୍ଚକର ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାରଙ୍କ ସହ ବାଣୀ କପୁର ଏବଂ ହୁମା କୁରେଶି, ଲାରା ଦତ୍ତା ଏବଂ ଆଦିଲ ହୁସେନ୍ ମଧ୍ୟ ଅଭିନୟ କରିଛନ୍ତି।