ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ପ୍ରଯୋଜିତ ଓ ଭୂମି ପେଡନେକରଙ୍କ ଅଭିନୀତ ଫିଲ୍ମ ‘ଦୁର୍ଗାମତୀ’ ଦେଖିବାକୁ ଦୀର୍ଘ ସମୟରୁ ଉତ୍ସାହିତ ଦର୍ଶକ । ଏବେ ଫିଲ୍ମର ଜବରଦସ୍ତ ଟ୍ରେଲର ରିଲିଜ କରି ସମସ୍ତଙ୍କ ଏକ୍ସାଇଟମେଣ୍ଟ ବଢାଇ ଦେଇଛନ୍ତି ମେକର୍ସ । ଯେଉଁଥିରେ ଭୂମିଙ୍କ ଭୟାନକ ଅବତାର ଦେଖିବାକୁ ମିଳୁଛି । ସେ ‘ଦୁର୍ଗାମତୀ’ ସାଜି ଶତ୍ରୁଙ୍କ ଠୁ ନେଉଛନ୍ତି ପ୍ରତିଶୋଧ ।
ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି ଫିଲ୍ମର ଟ୍ରେଲର । ଭୂମିଙ୍କ ନୂଆ ଅବତାରର ଦେଖି ସମସ୍ତେ ଆଶ୍ଚର୍ଯ୍ୟ । କାରଣ ତାଙ୍କୁ ପୂର୍ବରୁ ଏପରି ରୋଲରେ କେବେ ମଧ୍ୟ ଦେଖିବାକୁ ମିଳିନଥିଲା । ମଙ୍ଗଳବାର ଫିଲ୍ମର ମୋଶନ ପୋଷ୍ଟର ଜାରି କରି ଅକ୍ଷୟ ଟ୍ରେଲର ରିଲିଜ ହେବା ସୂଚନା ଦେଇଥିଲେ ।