ଓଡିଶା

odisha

ETV Bharat / sitara

ମୁମ୍ବାଇ ପୋଲିସ ପରେ ନାସିକ ପୋଲିସକୁ ଖିଲାଡିଙ୍କ ଦାନ - ଅକ୍ଷୟ କୁମାର 1 ହଜାର ରିଷ୍ଟ ବ୍ୟାଣ୍ଡ ଦାନ ନ୍ୟୁଜ

ଦୁଇ ଦିନ ପୂର୍ବରୁ ମୁମ୍ବାଇ ପୋଲିସକୁ ଅକ୍ଷୟ କୁମାର 1 ହଜାର ରିଷ୍ଟ ବ୍ୟାଣ୍ଡ ଦାନ କରିଥିଲେ । ଆଉ ଏବେ ନାସିକ ପୋଲିସକୁ ଦାନ କରି ଚର୍ଚ୍ଚାରେ ସେ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର

By

Published : May 17, 2020, 4:08 PM IST

ମୁମ୍ବାଇ: କୋରୋନା ଭାଇରସ ବିରୋଧୀ ଲଢେଇରେ ସୁପରଷ୍ଟାର ଅକ୍ଷୟ କୁମାର ବାରମ୍ବାର କୋରୋନା ଯୋଦ୍ଧଙ୍କ ପାଇଁ ସହଯୋଗର ହାତ ବଢାଇବାରେ ଲାଗିଛନ୍ତି । ମୁମ୍ବାଇ ପୋଲିସ ପରେ ଏବେ ସେ ନାସିକ ପୋଲିସଙ୍କୁ ସେନ୍ସର ବାଲା GoQii ର 5 ଶହ ରିଷ୍ଟ ବ୍ୟାଣ୍ଡ ଦାନ କରିଛନ୍ତି । ଏହି ବ୍ୟାଣ୍ଡ ଜରିଆରେ କୋଭିଡ-19ର ଲକ୍ଷଣ ଚିହ୍ନଟ କରାଯାଇପାରିବ।

ଏହି GoQii Vital 3.0 ଜରିଆରେ ଶରୀରର ତାପମାତ୍ରା, ହାର୍ଟ ରେଟ, ବ୍ଲଡ ପ୍ରେସର, କ୍ୟାଲେରି ଏବଂ ଷ୍ଟେପ କାଉଣ୍ଟ ବିଷୟରେ ସୂଚନା ପାଇପାରିବ। ଶୁଣିବାକୁ ମିଳୁଛି ଯେ ଏହି ବ୍ୟାଣ୍ଡ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ। ହେଲେ ଏହାପୂର୍ବରୁ କୋରୋନା ଯୋଦ୍ଧାଙ୍କୁ ଅକ୍ଷୟ ଦାନ କରିଛନ୍ତି।

ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ ଅକ୍ଷୟ ମୁମ୍ବାଇ ପୋଲିସ ଫାଉଣ୍ଡେଶନକୁ 2 କୋଟି ଟଙ୍କା ଦାନ କରିଥିଲେ । ଯାହାର ସୂଚନା ମୁମ୍ବାଇ ପୋଲିସ କମିଶନରଙ୍କ ଅଧିକାରୀ ଟ୍ବିଟର ଆକାଉଣ୍ଟରେ ଦିଆଯାଇଥିଲା।

ABOUT THE AUTHOR

...view details