ଓଡିଶା

odisha

ETV Bharat / sitara

ଛଠ ପୂଜା ଉପଲକ୍ଷେ 25 ପରିବାରକୁ ଅକ୍ଷୟଙ୍କ ସାହାଯ୍ୟ - ଛଠ ପୂଜା ଉପଲକ୍ଷେ ଅକ୍ଷୟଙ୍କ ମହାନ କାର୍ଯ୍ୟ

ପୁଣି ମହାନ କାର୍ଯ୍ୟ କରି ଚର୍ଚ୍ଚାରେ ଆସିଛନ୍ତି ଅକ୍ଷୟ । ନିକଟରେ ଆସିଥିବା ବିହାର ବନ୍ୟା ବିପନ୍ନଙ୍କୁ ସହଯୋଗର ହାତ ବଢାଇଛନ୍ତି ଅକ୍ଷୟ । ରାଜ୍ୟର 25ଟି ପରିବାରକୁ 4 ଲକ୍ଷ ଟଙ୍କାର ସହୟତା ଦେଇଛନ୍ତି ସେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର

By

Published : Oct 29, 2019, 5:02 PM IST

ମୁମ୍ବାଇ: ସବୁବେଳେ ଜନସାଧାରଣଙ୍କୁ ସାହାଯ୍ୟ କରୁଥିବାର ନଜର ଆସନ୍ତି ବି-ଟାଉନର ଖିଲାଡି ଅକ୍ଷୟ କୁମାର । ନିକଟରେ ସେ ବିହାର ବନ୍ୟା ବିପନ୍ନଙ୍କୁ 1 କୋଟି ଟଙ୍କାର ସାହାଯ୍ୟ କରିଥିଲେ । ଏହାସହ ସେ ଅନେକ ପରିବାରକୁ ସହଯୋଗର ହାତ ମଧ୍ୟ ବଢାଇଛନ୍ତି, ଯାହାଙ୍କ ଧନସମ୍ପତ୍ତି ବନ୍ୟାରେ ନଷ୍ଟ ହୋଇଯାଇଛି । ସେହିପରି ସେ ବିହାରର 25 ପରିବାରକୁ ଛଠ ପୂଜା ଉପଲକ୍ଷେ 4 ଲକ୍ଷ ଟଙ୍କ ଦାନ କରିଛନ୍ତି ।

ଯାହାକୁ ନେଇ ଅକ୍ଷୟ କହିଛନ୍ତି, ‘ପ୍ରାକୃତିକ ପ୍ରଳୟ ଆମକୁ ଏହା ଜଣାଇଥାଏ ଯେ ଲୋକ ତା ସାମ୍ନାରେ କିଛି ନୁହେଁ। ଏହା ସହ ଆମକୁ ଅଳ୍ପ ଅଳ୍ପ କରି ପରସ୍ପରର ସାହାଯ୍ୟ କରିବା କଥା । ମୁଁ ଖୁସି ଅଛି ଯେ ଏହି ଲୋକଙ୍କ ପାଇଁ ମତେ କିଛି କରିବାର ସୁଯୋଗ ମିଳିଥିବାରୁ । ମୁଁ ବହୁତ କିଛି ତ କରିପାରିବି ନାହିଁ । କିନ୍ତୁ ଯେତିକି କରିପାରିବି ତାହା ନିହାତି କରିବି । ଯେଉଁ ଲୋକ ଏହି ବନ୍ୟାରେ ସବୁ କିଛି ହରାଇସାରିଛନ୍ତି । ସେମାନଙ୍କୁ ନୂଆ ରୂପେ ଜୀବନ ଆରମ୍ଭ କରିବାକୁ ହେବ।’

ନିକଟ ଅତୀତରେ ବିହାର ରାଜଧାନୀ ପାଟନା ସମେତ ରାଜ୍ୟର ଅନେକ ଜିଲ୍ଲାରେ ତାଣ୍ଡବ ସୃଷ୍ଟି କରିଥିଲା ପ୍ରଳୟଙ୍କାରୀ ବନ୍ୟା। ରାଜ୍ୟବାସୀଙ୍କୁ ଅନେକ ଦିନ ପର୍ଯ୍ୟନ୍ତ ଜଳବନ୍ଦୀ ଅବସ୍ଥାରେ ରହିବାକୁ ପଡିଥିଲା। ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା ।

ABOUT THE AUTHOR

...view details