ମୁମ୍ବାଇ: ଦେଶରେ ଚାଲିଥିବା କୋରୋନା ଲଢେଇରେ ସବୁଠାରୁ ଅଧିକ ସହଯୋଗ କରୁଛନ୍ତି ଖିଲାଡି ଅକ୍ଷୟ କୁମାର। ଦେଶବାସୀଙ୍କ ସେବା କରୁଥିବା ଅକ୍ଷୟ ନିଜ ପରିବାର ପ୍ରତି ମଧ୍ୟ ସେତିକି ଯତ୍ନବାନ । ଏମିତି କିଛି ନିକଟରେ ଦେଖିବାକୁ ମିଳିଛି। କଥାଟି ହେଲା ଯେ ଲକଡାଉନର ଚତୁର୍ଥ ପର୍ଯ୍ୟାୟରେ ଦେଶରେ ବିମାନ ଚଳାଚଳା ଆରମ୍ଭ ହେବା ମାତ୍ରେ ଅକ୍ଷୟ ନିଜ ଭଉଣୀ ଅଲକା ଭାଟ୍ଟିଆ ଓ ତାଙ୍କ ପିଲାଙ୍କ ପାଇଁ ସମ୍ପୂର୍ଣ୍ଣ ବିମାନ ବୁକ୍ କରିଥିଲେ। ଯାହା ଏବେ ଚର୍ଚ୍ଚାରେ।
ପୁରା ଫ୍ଲାଇଟ ବୁକ କରି ଚର୍ଚ୍ଚାରେ ଖିଲାଡି - ଖିଲାଡି ଅକ୍ଷୟ କୁମାରଙ୍କ ଚର୍ଚ୍ଚା
ଶୁଣିବାକୁ ମିଳୁଛି ଯେ ନିଜ ଭଉଣୀ ଅଲକା ଭାଟ୍ଟିଆ ତାଙ୍କ ପରିବାର ସଦସ୍ୟଙ୍କୁ କୋରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଅକ୍ଷୟ ପୁରା ମୁମ୍ବାଇ-ଦିଲ୍ଲୀ ଯାଉଥିବା ଏକ ଫ୍ଲାଇଟ ସମ୍ପୂର୍ଣ୍ଣ ବୁକ କରିଥିଲେ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
ଏପରି କାମ ସେ ନିଜ ପରିବାର ଲୋକଙ୍କୁ କୋରୋନା ସଂକ୍ରମିତରୁ ବଞ୍ଚାଇବା ପାଇଁ କରିଛନ୍ତି। ଗୁରୁବାର ଫିଲ୍ମ ଇଣ୍ଡଷ୍ଟ୍ରିଠୁ ନେଇ ଫ୍ୟାନ୍ସଙ୍କ ମଧ୍ୟର ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା। ସେ ମୁମ୍ବାଇରୁ ଦିଲ୍ଲୀ ଯାଇଥିବା ପୁରା ଫ୍ଲାଇଟ ବୁକ କରିଥିଲେ।