ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର । ଏ ବଲିଉଡର ସେହି ଖିଲାଡି ଯିଏ 50 ପାରେଇବା ପରେ ମଧ୍ୟ ଯେତିକି ଫିଟ୍ ସେତିକି ହିଟ୍ । ସେ ଆକ୍ସନ ହେଉ ଅବା ରୋମାନ୍ସ କିମ୍ବା କମେଡି ସବୁଥିରେ ସେ ଟେନ୍ ଆଉଟ୍ ଅଫ୍ ଟେନ୍ । ପର୍ସନାଲ ଲାଇଫରୁ ଆରମ୍ଭ କରି ପ୍ରଫେସନାଲ ଲାଇଫ୍ ସମସ୍ତଙ୍କ ପାଇଁ ଏକ ଉଦାହରଣ ଅକ୍ଷୟ । ବଲିଉଡରେ ଅକ୍ଷୟଙ୍କ ଯାତ୍ରା ଖୁବ୍ ଇନଣ୍ଟ୍ରେଷ୍ଟିଙ୍ଗ୍ ।
ଟଏଲେଟ୍ ଏକ ପ୍ରେମ କଥାରୁ ଆରମ୍ଭ କରି, ପ୍ୟାଡ ମ୍ୟାନ, ଗୋଲ୍ଡ ଅବା ନିକଟରେ ରିଲିଜ ହୋଇଥିବା ଫିଲ୍ମ ମିଶନ ମଙ୍ଗଳ । ଏହି ସମସ୍ତ ଫିଲ୍ମ ନା କେବଳ ବକ୍ସ ଅଫିସରେ ଭଲ କଲେକ୍ସନ କରିଥିଲା ବଂର ଏହି ସୁପରଷ୍ଟାରଙ୍କ ଏକ ନୂଆ ଛବି ଦେଖାଇଥିଲା ଦର୍ଶକଙ୍କୁ ।
ଅକ୍ଷୟ କୁମାର । ଆଜିର ତାରିଖରେ ଜଣେ ଏପରି ଅଭିନେତା ଯିଏ ଭିଡରୁ ଅଲଗା ଚାଲିବାର ସାହସ ରଖନ୍ତି । ସେ ନିଜର ସେଲିବ୍ରେଟି ଇମେଜ ପାଇଁ ନୁହେଁ ବଂର ଲିଡରୁ ହଟି ସାଧାରଣ କାହାଣୀକୁ ନେଇ ବକ୍ସ ଅଫିସରେ ସୁପରହିଟ୍ ହୋଇଥାଆନ୍ତି । ଏଭଳି ଫିଲ୍ମ ସେ ବର୍ଷରେ 4ଟିରୁ 5ଟି କରିଥାଆନ୍ତି । ଆଉ ପ୍ରତିଟି ଫିଲ୍ମ କରିଥାଏ 100 କୋଟିର ବ୍ୟବସାୟ ।
ଅକ୍ଷୟ ଆଜି ଉଚ୍ଚତାର ଯେଉଁ ଶୀର୍ଷରେ ପହଞ୍ଚିଛନ୍ତି ତାହା ଯେତିକି ରୋମାଞ୍ଚକର ସେତିକି ସଂର୍ଘଷମୟ ମଧ୍ୟ । ଆକ୍ସନ ଫିଲ୍ମରୁ ଆରମ୍ଭ ଏହି ଲୋକପ୍ରିୟ ଅଭିନେତାଙ୍କ ଫିଲ୍ମ କ୍ୟାରିୟର । କମେଡି ସାନଦାର । ରୋମାନ୍ସ ଜାନଦାର । ଡ୍ରାମା ଧମାକାଦାର । ଆଉ ସୋସିଆଲ ମେସଜ ଚତ୍ମକାର । ଆଉ ଏହି ସୋସିଆଲ ମେସେଜ ଭିତ୍ତିକ ଫିଲ୍ମ ପାଇଁ ତାଙ୍କୁ ବଲିଉଡରେ ଦ୍ବିତୀୟ ଭାରତ କୁମାର ନାମରେ ମଧ୍ୟ ଜଣାଯାଏ । 60ରୁ 80 ଦଶକ ମଧ୍ୟରେ ଏହି ନାଁରେ ପରିଚିତ ଥିଲେ ମୋନଜ କୁମାର । ଆଉ ଏହି ଟ୍ରିକକୁ ଅକ୍ଷୟ ଖୁବ୍ ଭଲ ଭାବରେ ବୁଝିଛନ୍ତି । ଆଉ ସେଥିପାଇଁ ଏଭଳି ଫିଲ୍ମ ନିର୍ମାଣ ସମୟରେ ତାଙ୍କ ପାଇଁ ନା ପଇସା ମହତ୍ତ୍ବ ରଖେ ନା ହିଁ ବକ୍ସ ଅଫିସ୍ କଲେକ୍ସନ ।