ମୁମ୍ବାଇ: ସ୍କଟଲ୍ୟାଣ୍ଡର ଗ୍ଲାସଗୋ ସହରରେ ବଲିଉଡ ଅଭିନେତା ଅକ୍ଷୟ କୁମାର, ବାଣୀ କପୁର ଏବଂ ଲାରା ଦତ୍ତ ସେମାନଙ୍କ ଆଗାମୀ ଚଳଚ୍ଚିତ୍ର 'ବେଲ ବଟମ'ର ସୁଟିଂର ପ୍ରଥମ ସିଡ୍ୟୁଲ ଶେଷ କରିଛନ୍ତି ।
ଅକ୍ଷୟ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି ।
ଏହି ଫଟୋରେ ଫିଲ୍ମର ଅନ୍ୟ ସଦସ୍ୟଙ୍କ ସହ ବାଣୀ କପୁର ଏବଂ ନିର୍ମାତା ଜ୍ୟାକି ଭଗ୍ନାନୀ ମଧ୍ୟ ନଜର ଆସିଛନ୍ତି ।
ଅକ୍ଷୟ ଫଟୋ ସହିତ କ୍ୟାପସନରେ ଲେଖିଛନ୍ତି, 'ଗୋଟିଏ ଫ୍ରେମରେ ଏତେ ସାରା ଖୁସିର ଚେହେରା । ଏହା ଏକ ଭଲ ସିଡ୍ୟୁଲର ରେଜଲ୍ଟ । 'ଅଲବିଦା ଗ୍ଲାସଗୋ, ହାଲୋ ଲଣ୍ଡନ' ।