ମୁମ୍ବାଇ: ଖିଲାଡି ଅକ୍ଷୟ କୁମାର ଓ ଥଲାଇବା ରଜନୀକାନ୍ତଙ୍କ ଅଭିନୀତ ହିଟ୍ ଫିଲ୍ମ ‘2.0’ ଭାରତୀୟ ଦର୍ଶକଙ୍କ ଖୁବ୍ ମନ କିଣିଥିଲା । ଆଉ 2018ର ବିଗେଷ୍ଟ ରିଲିଜ ରୂପେ ସାବ୍ୟସ୍ତ ହୋଇଥିଲା ଏହି ଫିଲ୍ମ । ଓପନିଂ ଡେରେ ଫିଲ୍ମଟି 20 କୋଟି ଆୟ କରି ହିଟ୍ ଫିଲ୍ମରେ ସାମିଲ ହୋଇଥିଲା । ଆଉ ଏବେ ବିଦେଶ ମାଟିରେ ଫିଲ୍ମ ନିଜର ଯାଦୁ ଦେଖାଇବାକୁ ପ୍ରସ୍ତୁତ ହୋଇସାରିଲାଣି ।
ମେକର୍ସ ମଧ୍ୟ ରେଡି ହୋଇସାରିଲେଣି ‘2.0’କୁ ଚୀନରେ ରିଲିଜ କରିବା ପାଇଁ । ପୂର୍ବରୁ ସେପ୍ଟେମ୍ବର 12ରେ ଫିଲ୍ମ ରିଲିଜ ହୋଇଥାଆନ୍ତା । କିନ୍ତୁ ଏବେ ମେକର୍ସ ରିଲିଜ ତାରିଖ ପରିବର୍ତ୍ତନ କରି ସେପ୍ଟେମ୍ବର 6 କରିଦେଇଛନ୍ତି ।