ଓଡିଶା

odisha

ETV Bharat / sitara

ଆକ୍ସନର ଓଭରଡୋଜ ନେଇ ଫେରିଲେ ଖିଲାଡି, ସାଥ ଦେଲେ ସିଂଘମ-ସିମ୍ବା

ଏମାସ 24ରେ ରିଲିଜ ହେବାକୁ ପ୍ରସ୍ତୁତ ରୋହିତ ସେଟ୍ଟୀଙ୍କ ଚର୍ଚ୍ଚିତ ଫିଲ୍ମ ‘ସୂର୍ଯ୍ୟବଂଶୀ’। ଏବେ ରିଲିଜ ହୋଇଯାଇଛି ଫିଲ୍ମର ଦମଦାର ଟ୍ରେଲର। ଖିଲାଡିଙ୍କ ସହ ଆକ୍ସନର ତଡକା ଲଗାଇଲେ ସିଂଘମ ଓ ସିମ୍ବା। ଦେଖନ୍ତୁ ଟ୍ରେଲର....

By

Published : Mar 3, 2020, 3:31 AM IST

akshay kumar
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଏବର୍ଷର ସବୁଠାରୁ ବଡ ଆକ୍ସନ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ନେଇ ଏକ୍ସାଇଟେଡ ଦର୍ଶକ। ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫଙ୍କ ଏହି ଅଭିନୀତ ଫିଲ୍ମର ଟ୍ରେଲର ବର୍ତ୍ତମାନ ରିଲିଜ ହୋଇଯାଇଛି। ଆଉ ଏଥର ମଧ୍ୟ ଅକ୍ଷୟ ନିଜ ଦମଦାର ଅଭିନୟ ଜରିଆରେ ଫିଲ୍ମକୁ ସୁପରହିଟ୍ କରିବା ପାଇଁ ପ୍ରୟାସ ଚଲାଇଛନ୍ତି। ଖାଲି ଏତିକି ନୁହେଁ ସବୁଥର ପରି ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ସୂର୍ଯ୍ୟବଂଶୀରେ ଜବରଦସ୍ତ ଆକ୍ସନ ତଡକା ଲଗାଇଛନ୍ତି। ଫିଲ୍ମର ଟ୍ରେଲରରେ ବି-ଟାଉନର ସିଂଘମ ଅଜୟ ଦେବଗନ ଓ ସିମ୍ବା ରଣବୀର ସିଂଙ୍କ ମଧ୍ୟ ଆକ୍ସନ ଷ୍ଟଣ୍ଟ ଦେଖିବାକୁ ମିଳୁଛି।

ଫିଲ୍ମର ଟ୍ରେଲରେ ମୁମ୍ବାଇରେ ଏଯାବତ ଘଟିଥିବା ଆତଙ୍କବାଦୀ ଆକ୍ରମଣର କାହାଣୀ ଓ ଲଶ୍କର ସହ ସମ୍ପୃକ୍ତ ଥିବା କିଛି କାହାଣୀ ଫିଲ୍ମରେ ପର୍ଯ୍ୟବେଶିତ କରାଯାଇଛି। ମୁଖ୍ୟତଃ ତିନି ସୁପରଷ୍ଟାରଙ୍କ ଏଣ୍ଟ୍ରି ଫିଲ୍ମର ଟ୍ରେଲରକୁ ଶାନଦାର କରୁଛି । ଆପଣ ମଧ୍ୟ ଦେଖନ୍ତୁ ଫିଲ୍ମର ଦମଦାର ଟ୍ରେଲର...

ପ୍ରକାଶ ଥାଉକି ନିକଟରେ ଅକ୍ଷୟ ସୋସିଆଲ ମିଡିଆରେ ଟ୍ରେଲର ରିଲିଜ ହେବାର ସୂଚନା ଫ୍ୟାନ୍ସଙ୍କୁ ଦେଇଥିଲେ। ଯାହାପରଠୁ ଦର୍ଶକ ଟ୍ରେଲର ଦେଖିବାକୁ ଅପେକ୍ଷା କରିବସିଥିଲେ। କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ‘ସୂର୍ଯ୍ୟବଂଶୀ’ ଟପରେ ମଧ୍ୟ ଟ୍ରେଣ୍ଡ କରୁଥିଲା। ବର୍ତ୍ତମାନ ଟ୍ରେଲରରେ ଶାନଦାର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ଦର୍ଶକ ।

ପୂର୍ବରୁ ଏହି ଫିଲ୍ମ ମାର୍ଚ୍ଚ 27ରେ ରିଲିଜ ହେବାର ଥିଲା । ହେଲେ ନିକଟରେ ଫିଲ୍ମର ରିଲିଜ ତାରିଖ ପରିବର୍ତ୍ତନ କରି ଦର୍ଶକଙ୍କୁ ସରପ୍ରାଇଜ ଦେଇଥିଲେ ମେକର୍ସ । 27 ପରିବର୍ତ୍ତେ ଫିଲ୍ମଟି ଏମାସ 24ରେ ରିଲିଜ ହେବ।

ABOUT THE AUTHOR

...view details