ଓଡିଶା

odisha

ETV Bharat / sitara

'ଟିପ ଟିପ ବରଷା ପାନି'ରେ ଭିଜିବେ ଅକ୍ଷୟ-କ୍ୟାଟ

1994ରୁ ଏଯାବତ ଦର୍ଶକଙ୍କ ହୃଦୟରେ ଛାଇ ରହିଥିବା ବର୍ଷାର ରୋମାଣ୍ଟି ଗୀତ 'ଟିପ ଟିପ ବରଷା ପାନି' ଏବେ ପୁଣି ଶୁଣିବାକୁ ମିଳିବ । ଖିଲାଡୀଙ୍କ ଆଗାମୀ ଫିଲ୍ମରେ ଏହି ଗୀତଟିକୁ ରିକ୍ରିଏଟ କରାଯିବ ।

By

Published : Jun 15, 2019, 11:43 PM IST

Updated : Jun 18, 2019, 10:55 AM IST

ଡିଜାଇନ ଫଟୋ

ମୁମ୍ବାଇ: ବଲିଉଡର ପପୁଲାର ଟ୍ରାକ ଟିପ ଟିପ ବରଷା ପାନିରେ ରବିନା ଟଣ୍ଡନ ଓ ଅକ୍ଷୟ କୁମାରଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା । ହଳଦୀ ରଙ୍ଗର ଶାଢୀ ପିନ୍ଧି ବର୍ଷାରେ ପୁରା ଭିଜି ରବିନା ଫ୍ୟାନ୍ସଙ୍କୁ ପାଗଳ କରିଥିଲେ । ଆଜି ମଧ୍ୟ ବଲିଉଡର ଟପ ରୋମାଣ୍ଟିକ ଗୀତ ମଧ୍ୟରୁ ଏହା ଅନ୍ୟତମ । 1994 ଆସିଥିବା ଫିଲ୍ମ 'ମୋହରା'ଠୁ ନେଇ ଏଯାବତ ଦର୍ଶକଙ୍କ ହୃଦୟରେ ଛାଇ ରହିଥିବା ବର୍ଷାର ରୋମାଣ୍ଟିକ ଗୀତ 'ଟିପ ଟିପ ବରଷା ପାନି' ଏବେ ପୁଣି ଦର୍ଶକ ଦେଖିବେ ।

ଆଜ୍ଞା ହଁ, ଏହି ଗୀତଟି ଅକ୍ଷୟଙ୍କ ଆଗାମୀ ଫିଲ୍ମ 'ସୂର୍ଯ୍ୟବଂଶୀ'ରେ ରିକ୍ରିଏଟ କରାଯିବ । ଶୁଣିବାକୁ ମିଳୁଛି ଯେ ଗୀତର ସୁଟିଂ ଆରମ୍ବ ହୋଇଯାଇଛି । ଅନେକ ବର୍ଷ ପରେ ଏହି ଗୀତରେ ଅକ୍ଷୟ ଆଉ ରବିନାଙ୍କ ସହ ନୁହେଁ କ୍ୟାଟ୍ରିନା କୈଫଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ । ବର୍ତ୍ତମାନ ଦୁଇଜଣ ଏହି ଗୀତର ସୁଟିଂରେ ଲାଗିପଡିଛନ୍ତି । ଏହାସାହ ଫିଲ୍ମର ଗୋଟିଏ ମାସ ସୁଟିଂ ପାଇଁ ଏହି ଦୁଇଷ୍ଟାର ହାଇଦ୍ରାବାଦରେ ପହଞ୍ଚିସାରିଛନ୍ତି ।

ପ୍ରକାଶ ଥାଉକ ନିକଟରେ ଫିଲ୍ମର ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଫିଲ୍ମର ରିଲିଜ ତାରିଖ ପରିବର୍ତ୍ତନ କରିଥିଲେ । ପୂର୍ବରୁ ଏହା ଘୋଷଣା ହୋଇଥିଲା କି ଫିଲ୍ମଟି ଆସନ୍ତା ବର୍ଷ ଇଦରେ ରିଲିଜ ହେବା । ଅନ୍ୟପଟେ ସୁପରଷ୍ଟାର ସଲମାନ ଖାନ ଓ ଆଲିୟା ଭଟ୍ଟଙ୍କ ଅଭିନୀତ ଫିଲ୍ମ 'ଇଂଶାଆଲ୍ଲାହ' ମଧ୍ୟ ଠିକ୍ ଏହି ଦିନ ରିଲିଜ ହେବ । ତେଣୁ ରୋହିତ ସଲମାନଙ୍କ ସହ ଟକ୍କର ନେବାକୁ ଚାହୁଁନଥିଲେ ତେଣୁ ସେ ସଲମାନଙ୍କ ପାଇଁ ଫିଲ୍ମକୁ ଅନ୍ୟ ଦିନରେ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Last Updated : Jun 18, 2019, 10:55 AM IST

ABOUT THE AUTHOR

...view details