ମୁମ୍ବାଇ: ଚଳିତ ବର୍ଷ ଶେଷଆଡକୁ ଦର୍ଶକ ଦେଖିବାକୁ ପାଇବେ ଖିଲାଡୀ ଅକ୍ଷୟ କୁମାରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ଗୁଡନ୍ୟୁଜ’ । ବର୍ତ୍ତମାନ ଫିଲ୍ମର ପ୍ରମୋଶନରେ ଖୁବ୍ ବ୍ୟସ୍ତ ଷ୍ଟାରକାଷ୍ଟ । ସୋମବାର ରିଲିଜ ହୋଇଯାଇଛି ଫିଲ୍ମର ନୂଆ ପାର୍ଟି ସଙ୍ଗ ‘ଲାଲ ଘାଘରା’ । ଅକ୍ଷୟ ଓ କରୀନା କପୁର ଖାନଙ୍କ ଅଭିନୀତ ଏହି ଭିଡିଓ ଦେଖି ଆପଣ ଝୁମି ଉଠିବେ ।
ବେବୋଙ୍କ ଲାଲ ଘାଘରାର ଦିୱାନା ଖିଲାଡୀ, ଦେଖନ୍ତୁ ଭିଡିଓ - ‘ଗୁଡନ୍ୟୁଜ’ର ଦମଦାର ଟ୍ରେଲର
ଦର୍ଶକଙ୍କୁ ମିଳିଲା ଆଉ ଏକ ପାର୍ଟି ସଙ୍ଗ । ଏଥର ଅକ୍ଷୟ ଓ କରୀନାଙ୍କ ଲାଲ ଘାଘରାରେ ନାଚିବେ ଦର୍ଶକ । ସୋମବାର ରିଲିଜ ହୋଇଯାଇଛି ‘ଗୁଡନ୍ୟୁଜ’ର ‘ଲାଲ ଘାଘରା’ ଗୀତ । ରିଲିଜ ହେବା ମାତ୍ରେ ୟୁଟ୍ୟୁବରେ ଛାଇଲା ଏହି ଗୀତ ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
ଏହି ଗୀତଟି 2004ରେ ଆସିଥିବା ‘ଲାଲ ଘାଘରା’ର ରିମେକ ଗୀତ । ଏଥର ଦର୍ଶକଙ୍କ ନୂଆ ବର୍ଷ ଏହି ଗୀତରେ ଡାନ୍ସ କରି ବିତିବାକୁ ଯାଉଛି । ଫିଲ୍ମଟି ଆସନ୍ତା 27 ତାରିଖରେ ରିଲିଜ ହେବ । ଯାହାକୁ ନେଇ ଉତ୍ସାହିତ ଦର୍ଶକ । ଫିଲ୍ମରେ ଅକ୍ଷୟ ଓ କରୀନାଙ୍କ ବ୍ୟତୀତ ଦିଲଜିତ ଦୋସାଞ୍ଝ ଓ କିୟାରା ଆଡଭାନୀ ମଧ୍ୟ ଭୂମିକାରେ ନଜର ଆସିବେ ।
ନିକଟରେ ରିଲିଜ ହୋଇଥିବା ‘ଗୁଡନ୍ୟୁଜ’ର ଦମଦାର ଟ୍ରେଲର ଦର୍ଶକଙ୍କ ଖୁବ୍ ମନ କିଣିଥିଲା । ଯାହାପରେ ଫିଲ୍ମ ଦେଖିବାକୁ ଏକ୍ସାଇଟେଡ ଦର୍ଶକ । ‘ଗୁଡନ୍ୟୁଜ’ ଏକ କମେଡି, ଡ୍ରାମା ଫିଲ୍ମ ।