ମୁମ୍ବାଇ: ବର୍ତ୍ତମାନ ନିଜର କମେଡି ଫିଲ୍ମ ‘ଗୁଡନ୍ୟୁଜ’କୁ ନେଇ ଚର୍ଚ୍ଚାରେ ଅଛନ୍ତି ଅକ୍ଷୟ କୁମାର । କିନ୍ତୁ ଏହା ବ୍ୟତୀତ ସେ ଆଉ ଏକ କାରଣ ପାଇଁ ଚର୍ଚ୍ଚାରେ । କାରଣ ପ୍ରଥମଥର ଅକ୍ଷୟ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । ଏହାସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏମିତି କିଛି କହିଛନ୍ତି । ଯାହା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ପ୍ରଶଂସକ ।
ଗୃହମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ଖିଲାଡି
ପ୍ରଥମଥର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନେଇ ସାମ୍ନାକୁ ଆସିଲା ଅକ୍ଷୟ କୁମାରଙ୍କ ବଡ ପ୍ରତିକ୍ରିୟା । ତାଙ୍କ ସ୍ବାସ୍ଥ୍ୟ ବିଷୟରେ ଚିନ୍ତା କରି ସୂର୍ଯ୍ୟ ଅସ୍ତ ପୂର୍ବରୁ ଖାଇବାକୁ ଦେଲେ ପରାର୍ମଶ ।
ଏକ ସାକ୍ଷାତକାରରେ ସେ ଅମିତ ଶାହଙ୍କୁ ସୂର୍ଯ୍ୟ ଅସ୍ତ ପରେ ଖାଦ୍ୟ ନଖାଇବାକୁ କହିଥିଲେ । ଏହି କଥା ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ଅଛି । ଦେଶ ପାଇଁ ଶାହଙ୍କ ଆବଶ୍ୟକ ଅଛି । ତାଙ୍କ ସ୍ବାସ୍ଥ୍ୟ ସବୁବେଳେ ଠିକ୍ ରହିବା ଦରକାର ।
ଏହାସହ ସେ ଚଳିତ ବର୍ଷ ଲୋକସଭା ପୂର୍ବରୁ ପିଏମ ମୋଦିଙ୍କ ନେଇଥିବା ସାକ୍ଷାତକାର ପ୍ରଶ୍ନର ମଧ୍ୟ ଜବାବ ଦେଇଥିଲେ । ସେ କହିଥିଲେ ଯେ ସେ ପିଏମଙ୍କୁ ଆମ୍ବ ଖାଇବା କଥା ପଚାରିଥିଲେ । ଯାହାକୁ ନେଇ ତାଙ୍କ ମଜାକ ଉଡାଯାଇଥିଲା । ‘କ’ଣ ଏହି ପ୍ରଶ୍ନ ପଚାରାଯିବା କଥା ନୁହେଁ । ସେ କୌଣସି ରିସର୍ଚ କରି ପିଏମଙ୍କୁ ପ୍ରଶ୍ନ କରିନଥିଲେ, ଯାହା ତାଙ୍କ ମନରେ ଆସିଥିଲା କେବଳ ସେ ତାହା ପଚାରିଥିଲେ’ ବୋଲି କହିଛନ୍ତି ଖିଲାଡି’ ।