ନୂଆଦିଲ୍ଲୀ: ଏବେ ଚଳଚ୍ଚିତ୍ର ଅଭିନେତା ଅକ୍ଷୟ କୁମାର ଫିଲ୍ମ 'ରାମ ସେତୁ' ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଫିଲ୍ମର ସ୍କ୍ରିପ୍ଟ ରିଡିଙ୍ଗ ସେକ୍ସନରେ ଅକ୍ଷୟ, ଜ୍ୟାକଲିନ ଫର୍ଣ୍ଣାଣ୍ଡିସ୍, ନୃସରତ ଭରୁଚା, ଫିଲ୍ମର ନିର୍ମାତା ଏବଂ ନିର୍ଦ୍ଦେଶକମାନେ ଏକାଠି ନଜର ଆସିଥିଲେ । ସମସ୍ତେ ଏକ ଟେବୁଲରେ ବସି ସ୍କ୍ରିପ୍ଟ ପଢୁଥିବାର ଦେଖିବାକୁ ମିଳିଛି ।
ଏହି ଚଳଚ୍ଚିତ୍ରକୁ ଅଭିଷେକ ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି ।
ଅକ୍ଷୟ ସ୍କ୍ରିପ୍ଟ ରିଡିଙ୍ଗ ସେକ୍ସନର ଫଟୋ ସେୟାର କରି ଲେଖିଛନ୍ତି, 'ଯେଉଁ ଟିମ ଏକାଠି ପ୍ରସ୍ତୁତ ଆରମ୍ଭ କରନ୍ତି, ସେମାନେ ସଫଳତା ମଧ୍ୟ ହାସଲ କରିଥାନ୍ତି । ଆଜି 'ରାମ ସେତୁ'ଙ୍କ ଟିମଙ୍କ ସହିତ ଏକ ଜବରଦସ୍ତ ସ୍କ୍ରିପ୍ଟ ରିଡିଙ୍ଗ ସେକ୍ସନ କରାଯାଇଥିଲା । ଜ୍ୟାକଲିନ୍, ନୃସରତ, ଅଭିଷେକ ଏବଂ ଡକ୍ଟର ଚନ୍ଦ୍ରପ୍ରକାଶ ମଧ୍ୟ ଏକାଠି ନଜର ଆସିଛନ୍ତି ।
ପ୍ରକାଶ ଥାଉ ଯେ, ଏହା ଦ୍ବିତୀୟ ଥର ହେବ ଅକ୍ଷୟ ଏବଂ ଚନ୍ଦ୍ରପ୍ରକାଶ ଏକ ଫିଲ୍ମରେ ଏକାଠି କାମ କରୁଛନ୍ତି । ଏହା ପୂର୍ବରୁ ଦୁହେଁ ପ୍ରୃଥିରାଜରେ ମଧ୍ୟ କାମ କରିଛନ୍ତି ।