ଓଡିଶା

odisha

By

Published : Sep 23, 2019, 12:11 PM IST

ETV Bharat / sitara

ନବାଗତା ନାୟିକାଙ୍କ ସହ ମ୍ୟୁଜିକ ଭିଡିଓରେ ବ୍ୟସ୍ତ ଅକ୍କି

ମ୍ୟୁଜିକ ଭିଡିଓରେ ପ୍ରଥମ ଥର ଖିଲାଡି କୁମାରଙ୍କୁ ଦେଖିବାକୁ ମିଳିବ । କ୍ରିତୀ ସାନନଙ୍କ ଭଉଣୀଙ୍କ ସହ ଆସିବେ ନଜର ।

ଫଟୋ ସୌଜନ୍ୟ: ଏଏନଆଇ

ହାଇଦ୍ରାବାଦ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ପ୍ରଥମ ଥର ମ୍ୟୁଜିକ ଭିଡିଓ ‘ଫିଲାଲ୍’ରେ ନଜର ଆସିବେ । ଚଳଚ୍ଚିତ୍ର ସମୀକ୍ଷକ ତରନ ଆଦର୍ଶ ଏହାକୁ ଟ୍ବିଟରରେ ସେୟାର କରିଛନ୍ତି । ଏହାସହ ସୁଟିଂ ସେଟରେ କିଛି ଫଟୋଗ୍ରାଫ ମଧ୍ୟ ସେୟାର କରିଛନ୍ତି ତରନ ।

ଫଟୋ ସୌଜନ୍ୟ: ଏଏନଆଇ

ଭିଡିଓରେ କ୍ରିତୀ ସାନନଙ୍କ ଭଉଣୀ ନୁପୁର ସାନନଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହାସହ ପଞ୍ଜାବୀ ଅଭିନେତା ଆମି ଭ୍ରିକ ମଧ୍ୟ ନଜର ଆସିବେ । ଏହି ମ୍ୟୁଜିକ ଭିଡିଓର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅରଭିନ୍ଦର ଖାଏରା ଓ ମ୍ୟୁଜିକର ତଡକା ଦେବେ ବି ପ୍ରାଙ୍କ୍ ।

ପୂର୍ବରୁ ବି-ପ୍ରାଙ୍କ୍, ଅକ୍ଷୟଙ୍କ ଫିଲ୍ମ କେଶରୀରେ ‘ତେରି ମିଟି’ ପାଇଁ ମ୍ୟୁଜିକ ଦେଇଥିଲା । ଏହାପରେ ନୋରା ଫତେହ ଓ ଭିକ୍କି କୌଶଲଙ୍କ ଗୀତ ‘ପଛତାଓଗେ’ରେ ମ୍ୟୁଜିକ ଦେଇଥିଲା । ତେବେ ମ୍ୟୁଜିକ ଭିଡିଓ ପରେ ଅକ୍ଷୟଙ୍କ ଫିଲ୍ମ ‘ଗୁଡ ନ୍ୟୁଜ’, ‘ଲକ୍ଷ୍ମୀବମ୍’, ‘ହାଉସଫୁଲ-4’ ରିଲିଜ ହେବ ।

ABOUT THE AUTHOR

...view details