ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ପୁଅ ଆରବ କୁମାର ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ନଜର ଆସନ୍ତି । ବର୍ତ୍ତମାନ ତାଙ୍କର ଏକ ପୁରୁଣା ଫଟୋ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ସବୁଆଡେ ଚର୍ଚ୍ଚା । କାରଣ ଆରବଙ୍କ କାନ ଟାଣି ମସ୍ତି କରୁଥିବାର ନଜର ଆସୁଛନ୍ତି ପିଏମ ନରେନ୍ଦ୍ର ମୋଦି । ପୂର୍ବରୁ ମଧ୍ୟ ଏହି ଫଟୋ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିସାରିଛି ।
ଖିଲାଡିଙ୍କ ପୁଅର କାନ ଟାଣିଲେ ପିଏମ ମୋଦି ! - ସୁପରଷ୍ଟାର ଅକ୍ଷୟ କୁମାରଙ୍କ ପୁଅ ଆରବ କୁମାର ଚର୍ଚା
ସୋସିଆଲ ମିଡିଆରେ ଭାଇରାଲ ଅକ୍ଷୟ କୁମାରଙ୍କ ଏକ ପୁରୁଣା ଟ୍ବିଟର ପୋଷ୍ଟ । ଯେଉଁଥିରେ ତାଙ୍କ ପୁଅ ସହ ନଜର ଆସିଲେ ପିଏମ ମୋଦି ।
ଫଟୋ ସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର
ବର୍ତ୍ତମାନ ଅକ୍ଷୟଙ୍କ ଫ୍ୟାନପେଜରେ ଭାଇରାଲ ହେଉଥିବା ଏହି ଫଟୋଟି ଅକ୍ଷୟ ନିଜେ 2016 ଫେବୃଆରୀ 6ରେ ଟ୍ବିଟରରେ ସେୟାର କରିଥିଲେ । ଫଟୋଟି ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ଆନ୍ତର୍ଜାତୀୟ ଫ୍ଲାଇଟ ସମୀକ୍ଷା ସମୟରେ ସାମ୍ନାକୁ ଆସିଥିଲା ।
ଫଟୋ ସେୟାର କରି ଅକ୍ଷୟ କ୍ୟାପସନରେ ଲେଖିଥିଲେ, ‘ଜଣେ ପିତାଙ୍କ ଜୀବନର ପ୍ରାଉଡ ମୁମେଣ୍ଟ । ଯେତେବେଳେ ପ୍ରଧାନମନ୍ତ୍ରୀ ଆପଣଙ୍କ ପୁଅର କାନ ଟାଣି ତାଙ୍କୁ କୁହନ୍ତି ଯେ ସେ ଜଣେ ଭଲ ପିଲା |’ ଆପଣ ବି ଦେଖନ୍ତୁ ଫଟୋ...