ଓଡିଶା

odisha

ETV Bharat / sitara

ସାଉଥ ସୁପରଷ୍ଟାର ଅଜିତଙ୍କ ଫିଲ୍ମରେ ସିଂଘମ

ଏବେ ସାଉଥ ମୁହାଁ ଅଜୟ ଦେବଗନ । ‘ଟ୍ରିପଲ ଆର’ରେ ନଜର ଆସିବା ସହ ସେ ଅଜିତଙ୍କ ଆଗାମୀ ଫିଲ୍ମରେ ମଧ୍ୟ ଆକ୍ଟିଂ କରିବେ ।

By

Published : Aug 30, 2019, 7:00 AM IST

ଡିଜାଇନ ଫଟୋ

ମୁମ୍ବାଇ: ଅଗଷ୍ଟ 8ରେ ରିଲିଜ ହୋଇଯାଇଛି ସାଉଥ ସୁପରଷ୍ଟାର ଅଜିତଙ୍କ ଫିଲ୍ମ ‘ନେରକୋଣ୍ଡା ପରବାଈ’ । ଫିଲ୍ମ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଛି । ଏହି ଫିଲ୍ମର ପ୍ରଯୋଜନା କରିଥିଲେ ନିର୍ମାତା ବୋନି କପୁର । ଫିଲ୍ମଟି ଅମିତାଭ ବଚ୍ଚନ ଓ ତାପସୀ ପନ୍ନୁଙ୍କ ଅଭିନୀତ ଫିଲ୍ମ ‘ପିଙ୍କ’ର ତାମିଲ ରିମେକ ।

ଏବେ ଶୁଣିବାକୁ ମିଳୁଛି ଯେ ତାଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ ବଲିଉଡ ସିଂଘମ ଅଜୟ ଦେବଗନ । ଅଜିତଙ୍କ 60ତମ ଫିଲ୍ମର ପ୍ରି-ପ୍ରଡକ୍ସନର କାମ ବର୍ତ୍ତମାନ ଚାଲିଛି । ଫିଲ୍ମର ଟାଇଟଲ ‘ଥାଲା 60’ କିମ୍ବା ‘ଅଜିତ 60’ ରଖାଯିବ ବୋଲି ଚର୍ଚ୍ଚା ଧରିଛି ।

ଆଉ ଫିଲ୍ମରେ ଅଜୟ ନେଗେଟିଭ ରୋଲରେ ନଜର ଆସିବେ । ଫିଲ୍ମ ପାଇଁ ମେକର୍ସ ଅଜୟଙ୍କୁ ଆପ୍ରୋଚ କରିଛନ୍ତି । କୁହାଯାଉଛି ଯେ ଅଜୟଙ୍କୁ ଫିଲ୍ମରେ ସାମିଲ କରିବା ପାଇଁ ବୋନି କଥାବାର୍ତ୍ତା ଚଳାଇଛନ୍ତି ।

ପ୍ରକାଶ ଥାଉ କି ଅଜୟ ‘ବାହୁବଳୀ’ ନିର୍ଦ୍ଦେଶ ଏସ ଏସ ରାଜମୌଲୀଙ୍କ ଆଗାମୀ ଚର୍ଚ୍ଚିତ ଫିଲ୍ମ ‘ଟ୍ରିପଲ ଆର’ରେ ନଜର ଆସିବେ । ଏହାବ୍ୟତୀତ ସେ ତାମିଲ ସୁପରଷ୍ଟାର କମଲ ହାସନଙ୍କ ଫିଲ୍ମ ‘ଇଣ୍ଡିଆନ-2’ରେ ମଧ୍ୟ ଦେଖାଯିବେ ବୋଲି ଶୁଣିବାକୁ ମିଳୁଛି ।

ABOUT THE AUTHOR

...view details