ଓଡିଶା

odisha

ETV Bharat / sitara

ତାନାଜୀ ଓ ଉଦୟଭାନଙ୍କ ଜବରଦସ୍ତ ଲଢେଇ, ଆସିଲା ଟ୍ରେଲର

ଦର୍ଶକଙ୍କ ଅପେକ୍ଷାର ଘଟିଲା ଅନ୍ତ। ରିଲିଜ ହେଲା ଅଜୟଙ୍କ ଚର୍ଚ୍ଚିତ ଫିଲ୍ମ ‘ତାନାଜୀ’ର ଶାନଦାର ଟ୍ରେଲର । ଐତିହାସିକ ଯୁଦ୍ଧକୁ ନେଇ ଆଧାରିତ ଅଜୟଙ୍କ ଏହି ଫିଲ୍ମ ।

By

Published : Nov 19, 2019, 6:37 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଜୟ ଦେବଗନ

ମୁମ୍ବାଇ: ବି-ଟାଉନ ସିଂଘମ ଅଜୟ ଦେବଗନଙ୍କ ବହୁପ୍ରିତିକ୍ଷିତ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ୱାରିୟର’ ଦୀର୍ଘ ସମୟରୁ ଚର୍ଚ୍ଚାରେ । ଧିରେ ଧିରେ ଫିଲ୍ମର ପୋଷ୍ଟର ଟିଜର ରିଲିଜ କରି ଦର୍ଶକଙ୍କୁ ଉତ୍ସାହିତ କରିଦେଇଥିଲେ ଅଜୟ । ଏବେ ଦର୍ଶକଙ୍କୁ ସରପ୍ରାଇଜ ଦେବାକୁ ଯାଇ ଫିଲ୍ମର ଦମଦାର ଟ୍ରେଲର ରିଲିଜ କରିଦେଇଛନ୍ତି । ଟ୍ରେଲରର ଜବରଦସ୍ତ ଡାଇଲଗ, ଶାନଦାର ଭୂମିକା ଦର୍ଶକଙ୍କ ମନ କିଣିଛି ।

ଟ୍ରେଲରରେ ଅଜୟଙ୍କ ଭିନ୍ନ ଅବତାର ମଧ୍ୟ ପ୍ରଥମଥର ଦେଖିବାକୁ ମିଳୁଛି । ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ 10ରେ ରିଲିଜ ହେବାକୁ ପ୍ରସ୍ତୁତ । ‘ତାନାଜୀ’ ଅଜୟଙ୍କ 100ତମ ଫିଲ୍ମ । ଯାହାକୁ ନେଇ ଏକ୍ସାଇଟେଡ ଫ୍ୟାନ୍ସ ।

ପ୍ରକାଶ ଥାଉକି ‘ତାନାଜୀ’ ଏକ ପିରିୟଡ ଡ୍ରାମା ଫିଲ୍ମ । ଯେଉଁଥିରେ ମରାଠା ଯୋଦ୍ଧା ତାନାଜୀ ମାଲୁସରେଙ୍କ ଭୂମିକାରେ ଅଭିନୟ କରୁଛନ୍ତି ଅଜୟ । ସେହିପରି ପାଖାପାଖି 12 ବର୍ଷ ପରେ ତାଙ୍କ ପତ୍ନୀ ତଥା ଲୋକପ୍ରିୟ ଅଭିନେତ୍ରୀ କାଜଲ ମଧ୍ୟ ଏହି ଫିଲ୍ମରେ ତାଙ୍କ ସହ ରୋମାନ୍ସ କରୁଥିବାର ଦେଖାଯିବେ । ଫିଲ୍ମରେ ସେ ତାନାଜୀଙ୍କ ପତ୍ନୀ ସାବିତ୍ରୀ ବାଈ ଭୂମିକାରେ ନଜର ଆସିବେ । ସେହିପରି ଟ୍ରେଲରେ ଛୋଟେ ନୱାବ ସୈଫ ଅଲ୍ଲୀ ଖାନ, ଉଦୟଭାନଙ୍କ ଭୂମିକାରେ ଦମଦାର ଅଭିନୟ କରୁଥିବାର ନଜର ଆସୁଛନ୍ତି ।

ଅଜୟ ଓ ସୈଫଙ୍କ ଲଢେଇ ଦେଖି ଦର୍ଶକ ଫିଲ୍ମ ଦେଖିବାକୁ ବ୍ୟାକୁଳ । ଅଜୟ, କାଜୋଲ ଓ ସୈଫଙ୍କ ବ୍ୟତୀତ ଫିଲ୍ମ ଜଗପତି ବାବୁ, ପଙ୍କଜ ତ୍ରିପାଠୀ, ଶରଦ କେଲକର ମଧ୍ୟ ମୁଖ୍ୟ ଭୂମିକାରେ ଫିଲ୍ମରେ ଅଭିନୟ କରୁଛନ୍ତି । 17 ଶତାଦ୍ଦୀର ପୃଷ୍ଠଭୂମିର କାହାଣୀକୁ ନେଇ ଆଧାରିତ ‘ତାନାଜୀ’ର ନିର୍ଦ୍ଦେଶନା କରିଛନ୍ତି ଓମ ରାଉତ ।

ABOUT THE AUTHOR

...view details