ମୁମ୍ବାଇ: ସୋସିଆଲ ମିଡିଆରେ ପ୍ରାୟତଃ ଷ୍ଟାର୍ସ ଓ ଷ୍ଟାରକିଡସ ଟ୍ରୋଲର୍ସଙ୍କ ଶିକାର ହେବା ଏକ ସାଧାରଣ କଥା । ୟୁଜର୍ସ ସବୁବେଳେ କାହାକୁ ନା କାହାକୁ ଟ୍ରୋଲ କରିବାରେ ଲାଗିଥିାଆନ୍ତି । କେଉଁ ଷ୍ଟାର୍ସ ନିଜ ଡ୍ରେସକୁ ନେଇ ତ କିଏ ନିଜ ବୟାନକୁ ନେଇ ଟ୍ରୋଲର୍ସଙ୍କ ଟାର୍ଗେଟ ହୋଇଥାଆନ୍ତି । ଇତିମଧ୍ୟରେ ବି-ଟାଉନର ସିଂଘମ ଅଜୟ ଦେବଗନ ଓ କାଜୋଲଙ୍କ ଝିଅ ନ୍ୟାସା ମଧ୍ୟ ଟ୍ରୋଲର୍ସଙ୍କ ଦୃଷ୍ଟିରୁ ବାଦ ପଡିନାହାଁନ୍ତି ।
ଯାହା ପ୍ରତିରକ୍ଷାରେ ପିତା ଅଜୟ ଟ୍ରୋଲିଂକୁ ନେଇ ନିଜର ଜବାବ ରଖିଛନ୍ତି । ବଢୁଥିବା ସୋସିଆଲ ମିଡିଆ ପାଇଁ ଫଟୋଗ୍ରାଫର କଲ୍ଚରକୁ ମଧ୍ୟ ବୁଷ୍ଟ ମିଳିବାରେ ଲାଗିଛି । ଏମିତିରେ କେବଳ ସେଲିବ୍ରିଟୀ ନୁହେଁ ତାଙ୍କ କିଡସଙ୍କ ସବୁ ଆକ୍ଟିଭିଟି ମଧ୍ୟ କ୍ୟାମେରାରେ କଏଦ ହେଉଛି ।
ଅଜୟ କହିଛନ୍ତି କି ତାଙ୍କୁ ଏହା ଆଦୌ ପସନ୍ଦ ନୁହେଁ କି ତାଙ୍କ ସନ୍ତାନଙ୍କ ସବୁ ଆକ୍ଟିଭିଟିକୁ କ୍ୟାପଚର କରାଯାଉ । ଜଣାଇ ଦେଉଛୁ ଯେ ନ୍ୟାସା ନିକଟରେ ଏୟାରପୋର୍ଟରେ ସର୍ଟ ଡ୍ରେସ ପିନ୍ଧିଥିବାର ନଜର ଆସିଥିଲେ । ଯାହାକୁ ନେଇ ୟୁଜର୍ସ ତାଙ୍କୁ ଟ୍ରୋଲ କରିବାର ଆରମ୍ଭ କରିଦେଇଥିଲେ ।
ଏକ ସାକ୍ଷାତକାରରେ ଅଜୟ କହିଥିଲେ କି ତାଙ୍କ ଝିଅ କେବଳ 14 ବର୍ଷର । ଅନେକ ଥର ଲୋକ ଏହି କଥା ଭୁଲି ଯାଉଛନ୍ତି ଏବଂ ବେକାର କଥାବାର୍ତ୍ତା ଆରମ୍ଭ କରିଦେଇଛନ୍ତି । ଯେଉଁ ଫଟୋକୁ ନେଇ ସେ ଟ୍ରୋଲ ହେଉଛନ୍ତି ନ୍ୟାସା ଏକ ଲଗ୍ନ ସର୍ଟ ପିନ୍ଧିଥିଲେ ଏବଂ ଏହାସହ ସର୍ଟସ ମଧ୍ୟ ପିନ୍ଧିଥିଲେ କିନ୍ତୁ ସର୍ଟ ଅଧିକ ଲମ୍ବା ଥିବାରୁ ତାଙ୍କ ସର୍ଟସ ବାହାରକୁ ଦେଖାଯାଉନାହିଁ ।
ଅଜୟ ଆହୁରି କହିଥିଲେ କି ସେ ସବୁ ଫରୋଗ୍ରାଫରଙ୍କୁ ଅନୁରୋଧ କରୁଛନ୍ତି କି ଛୁଆ ମାନଙ୍କୁ କ୍ୟାପଚର କରିବା ବନ୍ଦ କରିଦିଅନ୍ତୁ । ତାଙ୍କ ଅନୁଯାୟୀ କୌଣସି ମଧ୍ୟ ଛୁଆ ଫଟୋଗ୍ରାଫରଙ୍କ ସାମ୍ନାରେ ସହଜ ମନେ କରନ୍ତି ନାହିଁ । ତାଙ୍କୁ ନିଜର ସ୍ପେସ ଦରକାର । ସେ ଘରୁ ବାହାରିବା ବେଳେ ନିଜକୁ ପ୍ରସ୍ତୁତ କରୁନାହାଁନ୍ତି । ଏମିତିରେ ତାଙ୍କୁ ଟ୍ରୋଲିଂ କରିବା ବହୁତ ଦୁଃଖଦ କଥା ।