ମୁମ୍ବାଇ: ବି-ଟାଉନ ସିଂଘମ ଅଜୟ ଦେବଗନ ବର୍ତ୍ତମାନ ନିଜ ଚର୍ଚ୍ଚିତ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ୱାରିୟର’ଙ୍କୁ ନେଇ ଚର୍ଚ୍ଚାରେ । ଶୁକ୍ରବାର ରିଲିଜ ହୋଇଯାଇଛି ଏହି ଫିଲ୍ମ । ଓପନିଂ ଡେରେ ଦମଦାର କଲେକ୍ସନ କରିଛି ଫିଲ୍ମ । ଏହାବ୍ୟତୀତ ଅଜୟ ଶୁକ୍ରବାର ଆଉ ଏକ କାରଣ ପାଇଁ ଚର୍ଚ୍ଚାରେ ଆସିଥିଲେ । ସେ ଜେଏନୟୁ ହିଂସା ଉପରେ ମୌନ ବ୍ରତ ଭାଙ୍ଗିଛନ୍ତି । ସେ ଟ୍ବିଟ କରି ନିଜ ପ୍ରତିକ୍ରିୟା ରଖିଥିଲେ । ଯାହାକୁ ନେଇ ସେ ଚର୍ଚ୍ଚାରେ ।
ସେ ଟ୍ବିଟରେ ଲେଖିଛନ୍ତି, ‘ମୁଁ ସବୁବେଳେ ଏହି କଥ କୁହେ ଯେ ଆମକୁ କୌଣସି ବି ମାମଲାର ଉଚିତ୍ ତଥ୍ୟ ସାମ୍ନାକୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାର ଆବଶ୍ୟକ । ମୁଁ ସମସ୍ତଙ୍କୁ ଅପିଲ କରୁଛି ଯେ ଶାନ୍ତି ଏବଂ ଭାଇଚାରାର ଭାବନାକୁ ଆଗକୁ ବଢାନ୍ତୁ। ଏହାକୁ ହିଂସା କିମ୍ବା ଅଜଣାତରେ ଖରାପ କରନ୍ତୁ ନାହିଁ। #JNUViolence।’