ମୁମ୍ବାଇ: ଆଗାମୀ ୱେବ୍ ଶୋ 'ଲାଲ ବଜାର'ର ଟ୍ରେଲରରେ ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ ରୋଞ୍ଜିନୀ ଚକ୍ରବର୍ତ୍ତୀ ନିଜ ସ୍ୱର ଦେଇଛନ୍ତି ।
ଏଥିରେ ରୋଞ୍ଜିନୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ରୋଞ୍ଜିନୀ କହିଛନ୍ତି, ଏହି ସିରିଜକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅଜୟ ଦେବଗନ୍ ଏଥିରେ ସାମିଲ ହୋଇଛନ୍ତି ଏବଂ ସେ ଶୋର ଟ୍ରେଲରରେ ମଧ୍ୟ ତାଙ୍କର ସ୍ୱର ଦେଇଛନ୍ତି । ଆମେ ତାଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛୁ ।