ମୁମ୍ବାଇ: ଅନେକ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି ଅଜୟ ଦେବଗନ ଏବଂ କାଜୋଲଙ୍କ ତନୟା ନିଶା । ଅନେକଥର ଟ୍ରୋଲର ଶୀକାର ହୋଇଛନ୍ତି ନିଶା । କେବେ ନିଜର ସ୍କିନଟୋନ୍କୁ ନେଇ ତ କେତେବେଳେ ଡ୍ରେସକୁ ନେଇ ଟ୍ରୋଲର୍ସଙ୍କ ଆକ୍ରୋଶର ଶୀକାର ହୋଇଥାଆନ୍ତି ସେ । ତେବେ ନିକଟରେ ନିଜ ଡ୍ରେସକୁ ନେଇ ପୁଣି ଟ୍ରୋଲର ଶୀକାର ହୋଇଛନ୍ତି ଅଜୟଙ୍କ ଲାଡଲୀ....
ମନ୍ଦିରରେ କ୍ରପ୍ ଟପ୍ ପିନ୍ଧି ଟ୍ରୋଲ ହେଲେ ଅଜୟ ତନୟା ନିକଟରେ ନିଶା ବାପା ଅଜୟଙ୍କ ସହ ମୁମ୍ବାଇର ଏକ ମନ୍ଦିରକୁ ଯାଇଥିଲେ । ଯେଉଁଠିକୁ ସେ ଏକ କ୍ରପ ଟପ୍ ପିନ୍ଧିଥିବାର ନଜର ଆସିଥିଲେ । ଯେଉଁକାରଣରୁ ତାଙ୍କୁ ଟ୍ରୋଲ୍ କରାଯାଇଥିଲା ।
ଏହି ଫଟୋକୁ ସେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଥିଲେ । ଯେଉଁଥିରେ ନିଶା ହଳଦିଆ ରଙ୍ଗର କ୍ରମ ଟପ୍ ସହ ଏକ କାଜୁଆଲ ଟ୍ରାଉଜର ପିନ୍ଧିଥିଲେ । ଏହାସହ ସେ ନିଜ ହାତରେ ପ୍ରସାଦ ମଧ୍ୟ ଧରିଥିବାର ନଜର ଆସିଥିଲେ । ଆଉ ନିଶାଙ୍କ ଏହି ଗେଟଅପ୍ କିଛି ଲୋକଙ୍କୁ ପସନ୍ଦ ଆସିନଥିଲା । ଯେଉଁକାରଣରୁ ସେମାନେ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ ।
ଏହି ଫଟୋକୁ ରିପୋଷ୍ଟ କରିବା ସହ ଜଣେ ୟୁର୍ଜର ଲେଖିଥିଲେ ଆଜିକାଲି ପିଲାଙ୍କୁ ଏହା ଜମା ଜଣାନାହିଁ ଯେ, ମନ୍ଦିରକୁ କିପରି ଯାଆନ୍ତି । ସେହିପରି ଆଉ ଏକ ୟୁର୍ଜସ ଲେଖିଥିଲେ ମନ୍ଦିରରେ ମଧ୍ୟ ଏମାନଙ୍କୁ ଫ୍ୟାଶନ ଦରକାର । ଯଦି ମୁଁ ଏପରି ଡ୍ରେସ ପିନ୍ଧି ମନ୍ଦିର ଯାଇଥାଆନ୍ତି ତେବେ ମୋ ବାପା ମୋତେ ଏକ ଚାପୁଡା ମାରିଥାଆନ୍ତେ ।
ଏଠାରେ ଆପଣଙ୍କୁ କହିରଖୁଛୁ ଯେ, ଏହାପୂର୍ବରୁ ମଧ୍ୟ ନିଶା ଅନେକ ଥର ଟ୍ରୋଲର ଶୀକାର ହୋଇଛନ୍ତି । ନିକଟରେ ଅମିତାଭଙ୍କ ଦିୱାଲୀ ପାର୍ଟିରେ ମଧ୍ୟ ସେ ଟ୍ରୋଲର୍ସଙ୍କ ଟାର୍ଗେଟକୁ ଆସିଥିଲେ ।