ମୁମ୍ବାଇ: ବି-ଟାଉନର ସିଂଘମ ଅଜୟ ଦେବଗନ ମଧ୍ୟରେ ଦେଶ ଭକ୍ତି ଦେଖିବାକୁ ମିଳିଥାଏ । ଯାହା ତାଙ୍କ ଅନେକ ଫିଲ୍ମରୁ ସାବ୍ୟସ୍ତ ହୋଇସାରିଛି । ଇତିମଧ୍ୟରେ ତାଙ୍କୁ ନେଇ ନୂଆ ଚର୍ଚ୍ଚା । ଯାହା ଶୁଣି ଖୁସି ହୋଇଯିବେ ଫ୍ୟାନ୍ସ । ଆଜ୍ଞା ହଁ, ଅଜୟ ଖୁବଶୀଘ୍ର ଭାରତ-ଚୀନ ସୀମା ଗଲୱାନ ଘାଟିରେ ହୋଇଥିବା ଲଢେଇ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ।
ଭାରତ-ଚୀନ ବିବାଦକୁ ନେଇ ଫିଲ୍ମ ନିର୍ମାଣ କରିବେ ସିଂଘମ - ଅଜୟ ଦେବଗନକୁ ନେଇ ନୂଆ ଚର୍ଚ୍ଚା
ଅଜୟ ଦେବଗନକୁ ନେଇ ନୂଆ ଚର୍ଚ୍ଚା । ଖୁବଶୀଘ୍ର ଏକ ବାସ୍ତବ କାହାଣୀକୁ ନେଇ ଫିଲ୍ମ ନିର୍ମାଣ କରିବେ ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଜୟ ଦେବଗନ
ଅଜୟଙ୍କ ଟିମ ତରଫରୁ ମିଳିଥିବା ସୂଚନା ଅନୁଯାଯୀ ଏହି ଘଟଣା ଉପରେ ସେ ଫିଲ୍ମ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି । ହେଲେ ଏଯାବତ ସେ ଫିଲ୍ମର ଟାଇଟଲ ସ୍ଥିର କରିନାହାଁନ୍ତି । ସେହିପରି ଫିଲ୍ମରେ କାଷ୍ଟ ହେବାକୁ ଯାଉଥିବା କଳାକାରଙ୍କ ବିଷୟରେ ମଧ୍ୟ ଖୁଲାସା ହୋଇନାହିଁ ।
ପ୍ରକାଶ ଥାଉକି ଏହି ଫିଲ୍ମକୁ ଅଜୟ ନିଜ ହୋମ ପ୍ରଡକ୍ସନରେ ଅଜୟ ଦେବଗନ ଫିଲ୍ମସରେ ପ୍ରଯୋଜିତ କରିବେ । ଫିଲ୍ମଟି ଭାରତ-ଚୀନ ମଧୟରେ ହୋଇଥିବା ଲଢେଇରେ 20 ଶହୀଦ ଯବାନଙ୍କ କାହାଣୀକୁ ନେଇ ଆଧାରିତ ହେବ ।