ମୁମ୍ବାଇ: ସୋମବାର ବଲିଉଡ ସିଂଘମ ଅଜୟ ଦେବଗନ ଇଣ୍ଡଷ୍ଟ୍ରିରେ 30 ବର୍ଷର ଯାତ୍ରା ପୂରଣ କରିଛନ୍ତି। ଏହି ଅବସରରେ ତାଙ୍କ ପତ୍ନୀ, ଅଭିନେତ୍ରୀ କାଜୋଲ ଓ ଶାହରୁଖ ଖାନ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି । ଆଉ ତାଙ୍କ 100ତମ ଫିଲ୍ମ ‘ତାନାଜୀ’ । ଏହା ଅଜୟଙ୍କ ଅପକମିଂ ଫିଲ୍ମ । ଇତିମଧ୍ୟରେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ବଡ ସରପ୍ରାଇଜ ମଧ୍ୟ ସାମ୍ନାକୁ ଆସିଯାଇଛି । ଯାହା ଶୁଣି ଖୁସି ହୋଇଯିବେ ଫ୍ୟାନ୍ସ।
ଆଜ୍ଞା ହଁ, ଅଜୟଙ୍କ ଆଗାମୀ ଫିଲ୍ମ ‘ମଇଦାନ’ର ରିଲିଜ ତାରିଖ ଘୋଷଣା କରାଯାଇଛି। ଏହି ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ଆସନ୍ତା ବର୍ଷ ନଭେମ୍ବର 27ରେ ରିଲିଜ ହେବାକୁ ଯାଉଛି । ଫୁଟବଲ ପ୍ଲେୟାରଙ୍କ ଲାଇଫ ଉପରେ ଆଧାରିତ ଏହି ପିରିୟଡ ଡ୍ରାମା ଫିଲ୍ମ ।
ମେକର୍ସ ଦର୍ଶକଙ୍କ ଏକ୍ଟାଇଟମେଣ୍ଟ ବଢାଇବା ପାଇଁ ଗୋଟିଏ ବର୍ଷ ପୂର୍ବରୁ ଫିଲ୍ମର ରିଲିଜ ତାରିଖ ଘୋଷଣା କରିଦେଇଛନ୍ତି । ପ୍ରକାଶ ଥାଉକି ଏହା ଅଜୟଙ୍କ ପ୍ରଥମ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ । କିଛି ଦିନ ପୂର୍ବରୁ ଫିଲ୍ମର ପ୍ରଥମ ପୋଷ୍ଟର ଜାରି କରାଯାଇଥିଲା । ଯେଉଁଥିରେ କେବଳ ଫୁଟବଲ ନଜର ଆସୁଥିଲା।
ଫଟୋ ସୌ୍ଜନ୍ୟ: ଇନଷ୍ଟାଗ୍ରାମ@ତରଣ ଆଦର୍ଶ 1952ରୁ ନେଇ 1962 ପର୍ଯ୍ୟନ୍ତ କାହାଣୀକୁ ‘ମଇଦାନ’ରେ ପର୍ଯ୍ୟବେସିତ କରାଯାଇଛି। ଫିଲ୍ମରେ ଅଜୟ ବିଶିଷ୍ଟ ଫୁଟବଲ କୋଚ ସୈୟ୍ୟାଦ ଅବ୍ବୁଲ ରହୀମଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମରେ ଅଜୟଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ସାଉଥ ଲୋକପ୍ରିୟ ଅଭିନେତ୍ରୀ କ୍ରିତି ସୁରେଶ । ଏହା ତାଙ୍କ ବଲିଉଡ ଡେବ୍ୟୁ ଫିଲ୍ମ । ସେହିପରି ଏହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ନିର୍ଦ୍ଦେଶକ ରବିନ୍ଦ୍ରନାଥ ଶର୍ମା । ଅନ୍ୟପଟେ ବୋନି କପୁର ଏହି ଫିଲ୍ମର ନିର୍ମାତା ।