ହାଇଦ୍ରାବାଦ: ଗତ ସପ୍ତାହରେ ଜଣେ କ୍ୟାନ୍ସର ରୋଗୀ, ଅଭିନେତା ଅଜୟ ଦେବଗନଙ୍କୁ ତମାଖୁ ବିଜ୍ଞାପନ ନ କରିବାକୁ ଅନୁରୋଧ କରିଥିଲେ । ତେବେ ଏହାର ସପ୍ତାହେ ପରେ ଅଜୟ ଏନେଇ ନିଜ ମତ ରଖିଛନ୍ତି ।
ଅଜୟ କହିଛନ୍ତି, ସେ କୌଣସି ତମାଖୁର ବିଜ୍ଞାପନ କରୁନାହାଁନ୍ତି । ସେ ନିଜେ ଏହାର ପ୍ରତିବାଦ କରୁଛନ୍ତି । ତେବେ ଅଜୟଙ୍କ କହିବା କଥା ସେ ଇଲାଇଚିର ବିଜ୍ଞାପନ କରନ୍ତି ଯଦି ସେହି କମ୍ପାନି ଅନ୍ୟ କୌଣସି ପ୍ରଡକ୍ଟର ଉତ୍ପାଦନ କରୁଛି ତେବେ ଏଥିରେ ସେ କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ଅଜୟ ।
ତେବେ ପୂର୍ବରୁ ଜୟପୁରର ବାସିନ୍ଦା ନାନକରାମ ନାମକ ଏକ କ୍ୟାନ୍ସର ରୋଗୀ ତମ୍ବାକୁ ଉତ୍ପାଦନ ନ କରିବାକୁ ସାର୍ବଜନୀନ ଭାବେ ଅପିଲ କରିଥିଲେ । ବ୍ୟକ୍ତିଙ୍କ କହିବା କଥା ସେ ନିଜେ ଅଜୟ ଦେବଗନଙ୍କ ଫ୍ୟାନ ଓ ସେ ତାଙ୍କଠୁ ପ୍ରେରିତ ହୋଇଛନ୍ତି । ଆଉ ସେ ସେହି ଉତ୍ପାଦନର ସେବନ କରୁଥିଲେ ଯାହାର ବିଜ୍ଞାପନ ଅଜୟ କରନ୍ତି । ଏହାପରେ ତାଙ୍କୁ କ୍ୟାନ୍ସର ହେଇଛି ବୋଲି ଜଣା ପଡିଥିଲା ।
ତେବେ ନାନକରାମଙ୍କ ପୁଅଙ୍କ କହିବା କଥା କିଛି ବର୍ଷ ପୂର୍ବେ ହିଁ ତାଙ୍କ ବାପା ତମାଖୁ ଖାଇବା ଆରମ୍ଭ କଲେ ଓ ସେ ଅଜୟଙ୍କ ବିଜ୍ଞାପନ ଦ୍ବାରା ପ୍ରଭାବିତ ହୋଇଛନ୍ତି । ଅଜୟଙ୍କ ଭଳି ବଡ ଷ୍ଟାରଙ୍କୁ ଏହି ପ୍ରକାର ବିଜ୍ଞାପନ କରିବା ଉଚିତ ନୁହେଁ ବୋଲି କହିଛନ୍ତି ନାନକରାମଙ୍କ ପୁଅ ।