ମୁମ୍ବାଇ: ବର୍ତ୍ତମାନ ସମଗ୍ର ଦେଶ କୋରୋନା ଭାଇରସ ପାଇଁ ଅସୁବିଧାରେ। ଏହି ଭାଇରସ ମୁକାବିଲା ପାଇଁ ବଲିଉଡ ସେଲିବ୍ରିଟି ମାନେ ଦିନରାତି ଚେଷ୍ଟା ଚଳାଇଛନ୍ତି। ଅନେକ ସେଲିବ୍ରିଟି କୋଟି କୋଟି ଟଙ୍କା ଦାନ ମଧ୍ୟ କରିସାରିଲେଣି । ଆଉ ଏବେ ବି-ଟାଉନ ସିଂଘମ ଅଜୟ ଦେବଗନଙ୍କ ଦାନ ଦେବାରେ ଲାଗିଛନ୍ତି ।
ସିଂଘମଙ୍କ ମହାନତା, ଧାରାବୀ ମେଡିକାଲକୁ କଲେ ଦାନ - ମୁମ୍ବାଇର ସବୁଠାରୁ ବଡ ବସ୍ତି ଅଞ୍ଚଳ ଧାରାବୀ ଲୋକଙ୍କୁ ସାହାଯ୍ୟ କଲେ ଅଜୟ ଦେବଗନ
ପୁଣି ଚର୍ଚ୍ଚାରେ ଅଜୟ ଦେବଗନ । ଫ୍ୟାନ୍ସଙ୍କ ଠୁ ମିଳିଲା ବାଃ ବାଃ । ମୁମ୍ବାଇର ଧାରାବୀ ବସ୍ତିଙ୍କୁ କୋରୋନା ଫ୍ରି କରିବାରେ ଲାଗିଛନ୍ତି ସେ ।
ସେ ନିକଟରେ ମୁମ୍ବାଇର ସବୁଠାରୁ ବଡ ବସ୍ତି ଅଞ୍ଚଳ ଧାରାବୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅପିଲ କରିଥିଲେ । ଯେଉଁଠାରେ ଅଧିକ କୋରୋନା ସଂକ୍ରମିତ ଅଛନ୍ତି। ଏବେ ସେ ଧାରାବୀ ଡାକ୍ତରଖାନାକୁ ଅମ୍ଳଜାନ ସିଲିଣ୍ଡର ଏବଂ ଭେଣ୍ଟିଲେଟର ଦାନ କରି ଚର୍ଚ୍ଚାରେ। ଧରାବୀଙ୍କ ପୂର୍ବରୁ ଶହ ଶହ ପରିବାରକୁ ରାସନ ମଧ୍ୟ ଯୋଗାଇ ସାରିଛନ୍ତି।
ଫଟୋଗ୍ରାଫର ଭିରଲ ଭାୟାନି ଇନଷ୍ଟାଗ୍ରାମରେ ଅଜୟଙ୍କୁ ପ୍ରଶଂସା କରି ଲେଖିଛନ୍ତି, ‘ଆମ ଆକ୍ସନ ହିରୋ ଅଜୟ ଧାରାବୀର 200 ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପାଇଁ ଅମ୍ଳଜାନ ସିଲିଣ୍ଡର ଏବଂ ଭେଣ୍ଟିଲେଟର ଦାନ କରିଛନ୍ତି। ଆମେ ସମସ୍ତେ ଜାଣୁ ଯେ ଏହି ସ୍ଲମ କୋଭିଡ -19 କ୍ଷେତ୍ରରେ ପରିଣତ ହୋଇଛି। ବିଏମସି ଏହି ଡାକ୍ତରଖାନା ଆରମ୍ଭ କରି ସଠିକ୍ କାର୍ଯ୍ୟ କରିଛି, ଯାହା ସେମାନଙ୍କୁ ନିର୍ମାଣ କରିବାକୁ 15 ଦିନ ସମୟ ଲାଗିଥିଲା ଅଜୟ ଧାରାବୀର 700 ପରିବାରକୁ ରାସନ କିଟ୍ ମଧ୍ୟ ପ୍ରଦାନ କରିଥିଲେ ।’