ଓଡିଶା

odisha

ETV Bharat / sitara

'RRR'ରେ ସିଂଘମ-ଆଲିୟାଙ୍କ ଏଣ୍ଟ୍ରି

ଅନେକ ଚର୍ଚ୍ଚା ପରେ ନିର୍ଦ୍ଦେଶକ ଏସଏସ ରାଜାମୌଲୀଙ୍କ ଚର୍ଚ୍ଚିତ ଫିଲ୍ମ 'RRR'ରେ ନଜର ଆସିବେ ଆଲିୟା ଭଟ୍ଟ । ଖାଲି ଆଲିୟା ନୁହେଁ ବି-ଟାଉନର ସିଂଘମ ଅଜୟ ଦେବଗନ ଏବଂ ହଲିଉଡର ଅଭିନେତ୍ରୀ ଡେଜୀ ଏଡଗର ଜୋନସ ମଧ୍ୟ ଅଭିନୟ କରିବାକୁ ଯାଉଛନ୍ତି । ଫିଲ୍ମରେ ମୁଖ୍ୟ ଭୂମିକାରେ ଜୁନିୟର ଏନଟିଆର ଓ ରାମ ଚରଣ ଦେଖାଯିବେ ।

By

Published : Mar 15, 2019, 1:35 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ହାଇଦ୍ରାବାଦ: 'ବାହୁବଳୀ' ନିର୍ଦ୍ଦେଶକ ଏସଏସ ରାଜାମୌଲୀ ଖୁବ୍ ଶୀଘ୍ର ଆକ୍ସନ ଥ୍ରିଲର ଫିଲ୍ମ 'RRR' ନେଇ ପରଦାକୁ ଆସିବାକୁ ଯାଉଛନ୍ତି । ଫିଲ୍ମରେ ଜୁନିୟର ଏନଟିଆର ଓ ମେଗା ପାୱାରଷ୍ଟାର ରାମ ଚରଣ ମୁଖ୍ୟ ଭୂମିକାରେ ନଜର ଆସଥିବାବେଳେ ଏବେ ଫିଲ୍ମରେ ଏଣ୍ଟ୍ରି କରିଛନ୍ତି ବଲିଉଡ ସିଂଘମ ଓ ଆଲିୟା ଭଟ୍ଟ ।

ତେବେ କିଛି ଦିନ ହେବ ଏହି ଫିଲ୍ମରେ ବି-ଟାଉନର କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କୁ ସାମିଲ କରିବା ପାଇଁ ରାଜାମୌଲୀ ଅନେକ ପ୍ରୟାସ କରୁଥିବାର ଦେଖାଯାଇଥିଲା । କିନ୍ତୁ ପରେ ଶୁଣିବାକୁ ମିଳିଥିଲା ଯେ ଆଲିୟା ଅନ୍ୟ ପ୍ରୋଜେକ୍ଟରେ ବ୍ୟସ୍ତ ଥିବାରୁ ଫିଲ୍ମ ପାଇଁ ମନା କରିଦେଇଥିଲେ ।

କିନ୍ତୁ ଏବେ ଆଲିୟାଙ୍କ ଫ୍ୟାନ୍ସ ପାଇଁ ଗୁଡନ୍ୟୁଜ ସାମ୍ନାକୁ ଆସିଛି । କାରଣ ଆଲିୟା ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି । କେବଳ ଆଲିୟା ନୁହେଁ ବରଂ ତାଙ୍କ ସହ ଅଜୟ ଦେବଗନ ମଧ୍ୟ 'RRR'ରେ ସାମିଲ ହୋଇଛନ୍ତି ।

ଆଜ୍ଞା ହଁ, ବର୍ତ୍ତମାନ ଆଲିୟା ଫିଲ୍ମ ପାଇଁ ସାଇନ କରିସାରିଛନ୍ତି । ଏହାର ସୂଚନା ଫିଲ୍ମ ମେକର୍ସ ନିଜ ଟ୍ବିଟର ହ୍ୟାଣ୍ଡଲରେ ଆଲିୟାଙ୍କ ଫଟୋ ସେୟାର କରି ଦର୍ଶକଙ୍କୁ ଦେଇଛନ୍ତି । ଏହାର କ୍ୟାପସନରେ ଲେଖା ଯାଇଛି, "ଆପଣଙ୍କ ସ୍ବାଗତ,@aliaa08! ଆମେ ଖୁସି ଯେ ଆପଣ ଆମ ଫିଲ୍ମରେ ମୁଖ୍ୟ ମହିଳା ଭୂମିକାରେ ଅଭିନୟ କରିବାକୁ ରାଜି ହୋଇଥିବାରୁ । ଆଡୱାନ୍ସରେ ଆପଣଙ୍କୁ ଜନ୍ମଦିନର ଶୁଭେଚ୍ଛା ଏବଂ ଆଶା ଅଛି କି ଆପଣ ଆମ ସହ ଶାନଦାର ଯାତ୍ରା କରିବେ । #RRRPressMeet."

'RRR' ଫିଲ୍ମରେ କେବଳ ବଲିଉଡ ଷ୍ଟାର୍ସଙ୍କୁ ନୁହେଁ ହଲିଉଡ ଆକ୍ଟ୍ରେସଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଆଜ୍ଞା ହଁ, 'କୋଲ୍ଡ ଫିଟ' ଏବଂ 'ୱାର ଅଫ ଦ ୱାର୍ଲ୍ଡ' ଭଳି ହଲିଉଡ ଫିଲ୍ମ କରିସାରିଥିବା ଅଭିନେତ୍ରୀ ଡେଜୀ ଏଡଗର ଜୋନସ ମଧ୍ୟ ଫିଲ୍ମରେ ନଜର ଆସିବେ ।

ପ୍ରକାଶ ଥାଉକି ରାଜାମୌଲୀଙ୍କ ନିର୍ଦ୍ଦେଶନାରେ 300 କୋଟିରେ ତିଆରି ହେଉଥିବା ଫିଲ୍ମ 'RRR'ର ମାନେ ହେଲା 'ରାମ ରାବଣ ରାଜ୍ୟମ' । ଏହା ଏକ ପିରିୟଡ ଡ୍ରାମା ଫିଲ୍ମ, ଯାହାର କାହାଣୀ 1920 ଉପରେ ଆଧାରିତ । ବର୍ତ୍ତମାନ ହାଇଦ୍ରାବାଦରେ ଫିଲ୍ମର ସୁଟିଂ ଚାଲିଛି ।


For All Latest Updates

ABOUT THE AUTHOR

...view details