ଓଡିଶା

odisha

ETV Bharat / sitara

ଗୀତ ଗାଇ ଫ୍ୟାନ୍ସଙ୍କୁ ଦିୱାନା କଲେ ଐଶ, ଭାଇରାଲ ଭିଡିଓ - ନୀଳନୟନା ଐଶ୍ବର୍ଯ୍ୟା ରାୟ ବଚ୍ଚନ ଗୀତ ଭିଡିଓ

ଏକ ପୁରୁଣା ଭିଡିଓକୁ ନେଇ ଚର୍ଚ୍ଚାରେ ଐଶ୍ବର୍ଯ୍ୟା ରାୟ ବଚ୍ଚନ । ଭିଡିଓରେ ସେ ଅଭିନୟ ନୁହେଁ ଗୀତ ଗାଉଥିବାର ନଜର ଆସୁଛନ୍ତି । ଗୀତ ଶୁଣି ପ୍ରଶଂସା କରିବାରେ ଥକୁନାହାଁନ୍ତି ପ୍ରଶଂସକ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଐଶ୍ବର୍ଯ୍ୟା ରାୟ ବଚ୍ଚନ ଫ୍ୟାନକ୍ଲବ

By

Published : Nov 6, 2019, 9:00 PM IST

ମୁମ୍ବାଇ: ବିଟାଉନ ନୀଳନୟନା ଐଶ୍ବର୍ଯ୍ୟା ରାୟ ବଚ୍ଚନ ସୋସିଆଲ ମିଡିଆରେ ବହୁତ କମ ଆକ୍ଟିଭ ରୁହନ୍ତି । ହେଲେ ତାଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପ୍ରାୟତଃ ଭାଇରାଲ ହୁଏ । ଇତିମଧ୍ୟରେ ଐଶଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଆସିଛି। ଯେଉଁଥିରେ ଐଶ ଏକ ଶୋରେ ଗୀତ ଗାଉଥିବାର ନଜର ଆସୁଛନ୍ତି । ସେ ନିଜ ଫିଲ୍ମର ସୁପରହିଟ୍ ଗୀତ ‘ତେରି ୟାଦ ହମସଫର ସୁବହ ସା’ ଗାଉଛନ୍ତି। ଯାହା ବର୍ତ୍ତମାନ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସୁଛି।

ଐଶଙ୍କ ଏହି ପୁରୁଣା ଭିଡିଓକୁ ସିଙ୍ଗିଂ ସୁପରଷ୍ଟାର ଅଧିକାରୀକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି। ଭିଡିଓରେ ଐଶ୍ବର୍ଯ୍ୟାଙ୍କ ସିଙ୍ଗିଂ ସ୍କିଲ୍ସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅନ୍ୟପଟେ ଫ୍ୟାନ୍ସ ମଧ୍ୟ ତାଙ୍କ ଗୀତ ଶୁଣି ପ୍ରଶଂସା କରିବାରେ ଲାଗିଛନ୍ତି ।

ପ୍ରକାଶ ଥାଉକି ନିକଟରେ ଐଶ ନିଜର 46ତମ ଜନ୍ମଦିନ ପାଳନ କରିଥିଲେ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ତାଙ୍କ ବର୍ଥଡେର କିଛି ଫଟୋରେ ସ୍ବାମୀ ତଥା ଅଭିନେତା ଅଭିଷେକ ବଚ୍ଚନ ଏବଂ ଝିଅ ଆରାଧ୍ୟା ବଚ୍ଚନ ନଜର ଆସିଥିଲେ।

ABOUT THE AUTHOR

...view details