ଓଡିଶା

odisha

ETV Bharat / sitara

ଏମିତି ହୋଲି ପାଳିଲେ ବଚ୍ଚନ ପରିବାର, ଐଶ୍ବର୍ଯ୍ୟା ସେୟାର କଲେ ଫଟୋ - aishwarya-shares-holi-celebrations-photo

ଖୁବ୍ ଧୁମଧାମରେ ହୋଲି ସେଲିବ୍ରେଶନ କରିଛନ୍ତି ବଚ୍ଚନ ପରିବାର । ଐଶ୍ବର୍ଯ୍ୟା ଫଟୋ ସେୟାର କରି କହିଥିଲେ ଯେ ସେ କିପରି ତାଙ୍କ ଘରେ ଝିଅ ଆରାଧ୍ୟାଙ୍କ ସହ ହୋଲି ସେଲିବ୍ରେଟ କରିଛନ୍ତି । ଅଧିକ ପଢନ୍ତୁ...

aishwarya-rai-bachchan-shares-holi-celebrations-photo-celebrates-holi-with-daughter-aaradhya
ଏମିତି ହୋଲି ପାଳିଲେ ବଚ୍ଚନ ପରିବାର, ଐଶ୍ବର୍ଯ୍ୟା ସେୟାର କଲେ ଫଟୋ

By

Published : Mar 30, 2021, 4:01 PM IST

ନୂଆଦିଲ୍ଲୀ: ଚଳିତ ବର୍ଷ କୋରୋନା ସଙ୍କଟ ହେତୁ ଲୋକମାନେ ହୋଲିର ପର୍ବକୁ ସରକାର ଦେଇଥିବା ନିର୍ଦ୍ଦେଶାବଳୀକୁ ଅନୁସରଣ କରି କେବଳ ସେମାନଙ୍କ ପରିବାର ସହିତ ଘରେ ରହି ଉପଭୋଗ କରିଥିଲେ।

ତେବେ ଏଥିରୁ ନିଜକୁ କିପରି ଦୂରେଇ ରଖିଥାଆନ୍ତେ ବଲିଉଡର ବଚ୍ଚନ ପରିବାର । ଖୁବ୍ ଧୁମଧାମରେ ହୋଲି ସେଲିବ୍ରେଶନ କରିଛନ୍ତି ଏହି ପରିବାର ।

ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ସେୟାର କରି କହିଥିଲେ ଯେ ସେ କିପରି ଘରେ ଝିଅ ଆରାଧ୍ୟାଙ୍କ ସହ ହୋଲି ସେଲିବ୍ରେଟ କରିଛନ୍ତି ।

ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଫଟୋରେ ଆରାଧ୍ୟାଙ୍କ ହାତରେ ଗୋଲାପୀ ରଙ୍ଗ ଲାଗିଥିବାର ଦେଖିବାକୁ ମିଳିଛି ।

ଫଟୋର କ୍ୟାପସନରେ ଐଶ୍ବର୍ଯ୍ୟା ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଏବଂ ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି।

ଐଶ୍ବର୍ଯ୍ୟାଙ୍କ ପୂର୍ବରୁ ଅଭିଷେକ ବଚ୍ଚନ ଥ୍ରୋବ୍ୟାକ୍ ଫଟୋ ସେୟାର କରି ପ୍ରଶଂସକଙ୍କୁ ହୋଲିର ଶୁଭେଚ୍ଛା ଜଣାଇଥିଲେ। ଏହି ଫଟୋରେ ଐଶ୍ବର୍ଯ୍ୟାଙ୍କ କୋଳରେ ଅଭିଷେକ ଶୋଇଥିବାର ଏବଂ ଆରାଧ୍ୟା ବସିଥିବାର ଦେଖିବାକୁ ମିଳିଛି ।

ABOUT THE AUTHOR

...view details