ମୁମ୍ବାଇ: ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବୋହୂ ଓ ନାତୁଣୀ । ଅଭିଶେଖ ବଚ୍ଚନଙ୍କ ପତ୍ନୀ ଐଶ୍ବର୍ଯ୍ୟା ଓ ଝିଅ ଆରାଧ୍ୟା ବଚ୍ଚନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ଉଭୟ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି । ଶୁକ୍ରବାର ରାତିରେ ସେମାନଙ୍କୁ ନାନାବତୀ ହସ୍ପିଟାଲକୁ ସିଫ୍ଟ କରାଯାଇଥିବା ସୂଚନା ରହିଛି ।
ବିଗିଡିଲା ସ୍ବାସ୍ଥ୍ୟ, ନାନାବତୀରେ ଭର୍ତ୍ତି ଐଶ୍ବର୍ଯ୍ୟା ଓ ଆରାଧ୍ୟା - Actor Aishwarya Rai Bachchan
ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବୋହୂ ଓ ନାତୁଣୀ । ଅଭିଶେଖ ବଚ୍ଚନଙ୍କ ପତ୍ନୀ ଐଶ୍ବର୍ଯ୍ୟା ଓ ଝିଅ ଆରାଧ୍ୟା ବଚ୍ଚନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ଉଭୟ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି । ଅଧିକ ପଢନ୍ତୁ...

ବିଗିଡିଲା ସ୍ବାସ୍ଥ୍ୟ, ନାନାବତୀରେ ଭର୍ତ୍ତି ଐଶ୍ବର୍ଯ୍ୟା ଓ ଆରାଧ୍ୟା
ପୂର୍ବରୁ ଉଭୟ କୋରୋନା ପଜିଟିଭ ବାହାରିଥିଲେ । ଏହାପରେ ଐଶ୍ବର୍ଯ୍ୟା ଓ ଆରାଧ୍ୟା ଘରେ ହୋମ୍ କ୍ବାରେଣ୍ଟାଇନରେ ରହିଥିଲେ । ତେବେ ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ପରେ ଜୁଲାଇ 12ରେ ଅଭିଶେଖ ଟ୍ବିଟ୍ କରି ଐଶ୍ବର୍ଯ୍ୟା ଓ ଆରାଧ୍ୟାଙ୍କ ସମ୍ପର୍କରେ ସୂଚନା ଦେଇଥିଲେ । ଏହାସହ ସେମାନେ ସେଲ୍ଫ କ୍ବାରେଣ୍ଟାଇନରେ ରହିବେ ବୋଲି କହିଥିଲେ । ବିଏମସି ପକ୍ଷରୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାର ଯାଞ୍ଚ କରାଯାଉଥିବାବେଳେ ଘରକୁ ସାନିଟାଇଜ କରାଯାଇଥିଲା । ତେବେ ଅଭିଶେଖଙ୍କ ମା’ ଜୟା ବଚ୍ଚନ କୋରୋନାରେ ନେଗେଟିଭ ଥିବା ଜଣାପଡିଥିଲା ।
Last Updated : Jul 17, 2020, 10:26 PM IST