ଓଡିଶା

odisha

ETV Bharat / sitara

ପାକିସ୍ତାନ ସିନେ ଇଣ୍ଡଷ୍ଟ୍ରି ସହ ସମ୍ପର୍କ ଛିନ୍ନ, ଦାବି କଲା ଏଆଇସିଡବ୍ଲୁଏ - ଫିରଦୌସ ଆଶିକ ଅୱାନ

ପାକିସ୍ତାନରେ ବଲିଉଡ ଫିଲ୍ମ ବ୍ୟାନ ପରେ ଏଆଇସିଡବ୍ଲୁଏର ବଡ ପଦକ୍ଷେପ । ପାକିସ୍ତାନ ସିନେ ଇଣ୍ଡଷ୍ଟ୍ରି ସହ ସମ୍ପୂର୍ଣ୍ଣ ସମ୍ପର୍କ ଛିନ୍ନ କରିବାକୁ ଦାବି କଲା ଏଆଇସିଡବ୍ଲୁଏ ।

ଫଟୋ ସୌଜନ୍ୟ: ଟ୍ବିଟର@ଏଆଇସିଡବ୍ଲୁଏ

By

Published : Aug 10, 2019, 2:38 AM IST

ମୁମ୍ବାଇ: ଜମ୍ମୁ-କାଶ୍ମୀରରୁ ଆର୍ଟିକଲ 370 ହଟାଯିବା ବିରୋଧରେ ପାକିସ୍ତାନ ବଡ ପଦକ୍ଷେପ ନେଇଛି । ଗତ ଗୁରୁବାର ପାକିସ୍ତାନରେ ବଲିଉଡ ଫିଲ୍ମ ରିଲିଜ ଉପରେ ବ୍ୟାନ ଲଗାଇଛି ପାକିସ୍ତାନ । ସେଠାକାର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଫିରଦୌସ ଆଶିକ ଅୱାନ ଜାରି କରିଥିବା ବୟାନରେ କୁହାଯାଇଛି ଯେ ପାକିସ୍ତାନର ସିନେମା ଘରେ କୌଣସି ଭାରତୀୟ ଫିଲ୍ମ ରିଲିଜ ହେବ ନାହିଁ ।

ଯାହାକୁ ଆଧାର କରି ଅଲ ଇଣ୍ଡିଆ ସିନେ ୱାକର୍ସ ଆସୋସିଏସନ ପାକିସ୍ତାନ କଳାକାରଙ୍କ ସହ ବର୍ହିପାକ୍ଷିକ ଓ ଦ୍ବିପାକ୍ଷିକ ସମ୍ପର୍କ ଦାବି କରିଛି । ଏଆଇସିଡବ୍ଲୁଏ ଏହାସହ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନୁରୋଧ କରିଛି ଯେ ପାକିସ୍ତାନ କଳାକାର, ସଙ୍ଗୀତକାର, ରାଜନୀତିଜ୍ଞ ଏବଂ ପାକିସ୍ତାନ ଜନତାଙ୍କ ସହ ସବୁ ସମ୍ପର୍କ ଛିନ୍ନ କରିବାକୁ । ଯାହାକୁ ନେଇ ନିଜ ଷ୍ଟେଟମେଣ୍ଟ ଜାରି କରିଛି ଏଆଇସିଡବ୍ଲୁଏ ।

ସେହିପରି କଡା ଦାବି କରି ଏଆଇସିଡବ୍ଲୁଏ ପାକିସ୍ତାନ ସହ ବାଣିଜ୍ୟ ଏବଂ ଦ୍ବିପାକ୍ଷିକ ସମ୍ପର୍କ ଶେଷ କରିବାକୁ କହିଛି । ଏଆଇସିଡବ୍ଲୁଏ ଷ୍ଟେଟମେଣ୍ଟରେ ଲେଖାଯାଇଛି, ‘ପୁରା ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ସିନେ କର୍ମଚାରୀ ସେପର୍ଯ୍ୟନ୍ତ କାମ ଆରମ୍ଭ କରିବେ ନାହିଁ, ଯେପର୍ଯ୍ୟନ୍ତ ପାକିସ୍ତାନ ଫିଲ୍ମ ନର୍ମାତା, କଳାକାର ଏବଂ ଟ୍ରେଡ ପାର୍ଟନର ଉପରେ ସମ୍ପୂର୍ଣ୍ଣ ରୂପେ ପ୍ରତିବନ୍ଧ ନଲଗାଯାଇଛି ।

ଆର୍ଟିକଲ 370ର ପୁର୍ନଗଠନ ପରେ ପାକିସ୍ତାନ ଓ ଭାରତ ମଧ୍ୟରେ ଏପରି ସମସ୍ୟା ଦେଖାଯାଇଛି । ଗତ ବୁଧବାର ପାକିସ୍ତାନ, ଭାରତ ସହ ବାଣିଜ୍ୟ ସମ୍ପର୍କ ଶେଷ କରିବାର ନିଷ୍ପତ୍ତି ନେଇଥିଲା । ସେହିଦିନ ପାକିସ୍ତାନ ନ୍ୟାଶନାଲ ସିକ୍ୟୁରିଟି କମିଟି ବୈଠକ କରାଯାଇଥିଲା । ଯାହାପରେ ଏପରି ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ଏହାପରେ ଗୁରୁବାର ପାକିସ୍ତାନରେ ବଲିଉଡ ଫିଲ୍ମକୁ ବ୍ୟାନ କରିଥିଲା ପାକିସ୍ତାନ ।

ଅନ୍ୟପଟେ ଏଆଇସିଡବ୍ଲୁଏ ମୁଖ୍ୟ ସୁରେଶ ଗୁପ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରଶଂସା କରି କହିଛନ୍ତି ଆର୍ଟିକଲ 370 ଉଠାଇବା ନିଷ୍ପତ୍ତି ଶାନଦାର ଥିଲା । ପୁରା ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ 1.3 ବିଲିୟନ ଭାରତୀୟଙ୍କୁ ଶୁଭକାମନା ।

ABOUT THE AUTHOR

...view details