ହାଇଦ୍ରାବାଦ: ଚଳିତ ବର୍ଷ ବଲିଉଡରେ ଅନେକ ତାରକାଙ୍କ ବିବାହକୁ ଦର୍ଶକ ଉପଭୋଗ କରିସାରିଲେଣି । ଏଥିରେ ବଲିଉଡର ସବୁଠାରୁ ଚର୍ଚ୍ଚିତ ଯୋଡି ଥିଲେ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ । 9 ଡିସେମ୍ବର 2021ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଅନେକ ଷ୍ଟାର କପଲ ମଧ୍ୟ ଚଳିତ ବର୍ଷ ବିବାହ କରିବାକୁ ଯାଉଛନ୍ତି । ଏଠାରେ ବଲିଉଡ ଅଭିନେତା ସୁନୀଲ ଶେଟ୍ଟି ଦୁଇ ସନ୍ତାନ ଆଥିଆ ଏବଂ ଆହାନଙ୍କ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।
ବଲିଉଡର 'ଆନ୍ନା' ସୁନୀଲ ଶେଟ୍ଟୀ ଚଳଚ୍ଚିତ୍ର ବ୍ୟତୀତ ଏକ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି । ସେ ଚଳଚ୍ଚିତ୍ରରୁ ବହୁ ଖ୍ୟାତି ଅର୍ଜନ କରିଛନ୍ତି, କିନ୍ତୁ ଏହା ବ୍ୟତୀତ ତାଙ୍କର ନିଜର ଅନେକ ବ୍ୟବସାୟ ଅଛି । ସୁନୀଲ ଶେଟ୍ଟୀଙ୍କ ଦୁଇ ସନ୍ତାନ ଆହାନ ଏବଂ ଆଥିଆ ଶେଟ୍ଟି ମଧ୍ୟ ବଲିଉଡରେ ଡେବ୍ୟୁ କରିଛନ୍ତି। ସୁନୀଲ ଶେଟ୍ଟୀଙ୍କ ପିଲାମାନେ ରିଲେସନସିପରେ ଅଛନ୍ତି ଏବଂ ଏହି ବର୍ଷ ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋରସୋରରେ ଚାଲିଛି ।