ଓଡିଶା

odisha

ETV Bharat / sitara

ଅଦାଲତ ବିରୋଧରେ ସ୍ବରାଙ୍କ ସ୍ବର, ଅବମାନନା ଅଭିଯୋଗକୁ ପ୍ରତ୍ୟାକ୍ଷାନ କଲେ AG - ଅଭିନେତ୍ରୀ ସ୍ବରା ଭାସ୍କର

ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ବିରୋଧରେ ଅବମାନନା ମାମଲା ମାମଲା ଆରମ୍ଭ ନେଇ ଆବେଦନକୁ ପ୍ରତ୍ୟାକ୍ଷାନ କରିଦେଇଛନ୍ତି ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲ । ଭାସ୍କରଙ୍କ ବିରୋଧରେ ଅପରାଧିକ ଅବମାନନା ପ୍ରକ୍ରିୟା ଆରମ୍ଭ କରିବାକୁ ଭେନୁଗୋପାଲଙ୍କ ନିକଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଅଦଇଖ ପଢନ୍ତୁ...

ଅଦାଲତ ବିରୋଧରେ ସ୍ବରାଙ୍କ ସ୍ବର, ଅବମାନନା ଅଭିଯୋଗକୁ ପ୍ରତ୍ୟାକ୍ଷାନ କଲେ AG
ଅଦାଲତ ବିରୋଧରେ ସ୍ବରାଙ୍କ ସ୍ବର, ଅବମାନନା ଅଭିଯୋଗକୁ ପ୍ରତ୍ୟାକ୍ଷାନ କଲେ AG

By

Published : Aug 23, 2020, 8:25 PM IST

ନୂଆଦିଲ୍ଲୀ: ଚଳିତ ବର୍ଷ ଫେବୃଆରୀରେ ଏକ କାର୍ଯ୍ୟକ୍ରମରେ ଅଦାଲତ ବିରୋଧରେ ଅପମାନଜନକ ବିବୃତ୍ତି ପାଇଁ ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ବିରୋଧରେ ଅବମାନନା ମାମଲା ଆରମ୍ଭ ନେଇ ଆବେଦନକୁ ପ୍ରତ୍ୟାକ୍ଷାନ କରିଦେଇଛନ୍ତି ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲ । ଭାସ୍କରଙ୍କ ବିରୋଧରେ ଅପରାଧିକ ଅବମାନନା ପ୍ରକ୍ରିୟା ଆରମ୍ଭ କରିବାକୁ ଭେନୁଗୋପାଲଙ୍କ ନିକଟରେ ଏକ ପିଟିସନ ଦାଖଲ କରାଯାଇଥିଲା ।

ଆବେଦନରେ ଦର୍ଶାଯାଇଛି ଯେ ଭାସ୍କର ଅଦାଲତର ଅବମାନନା କରିଛନ୍ତି । ସେହି ସମାନ ଅବମାନନା ଯେଉଁଥିରେ ପ୍ରଶାନ୍ତ ଭୂଷଣଙ୍କୁ 14 ଅଗଷ୍ଟରେ ସୁପ୍ରିମକୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ ।

ଆବେଦନ ଅନୁଯାୟୀ ଭାସ୍କରଙ୍କ ବିବୃତ୍ତିର ଆପତ୍ତିଜନକ ଅଂଶ ଏହା ଥିଲା ଯେ ଆମେ ବର୍ତ୍ତମାନ ଏପରି ସ୍ଥିତିରେ ଅଛୁ ଯେଉଁଠାରେ ଆମର ଅଦାଲତ ନିଶ୍ଚିତ ନୁହଁନ୍ତି ଯେ ସେ ସମ୍ବିଧାନରେ ବିଶ୍ବାସ କରୁଛନ୍ତି କି ନାହିଁ । ଆମେ ଏପରି ଏକ ଦେଶରେ ବାସ କରୁଛୁ ଯେଉଁଠାରେ ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏକ ରାୟରେ କହିଛନ୍ତି ଯେ ବାବ୍ରି ମସଜିଦ ଭାଙ୍ଗିବା ବେଆଇନ ଏବଂ ସେହି ସମାନ ବିଚାରରେ ଯେଉଁମାନେ ମସଜିଦକୁ ଓହ୍ଲାଇଥିଲେ ସେମାନଙ୍କୁ ପୁରସ୍କାର ଦେଇଛନ୍ତି ।

ଉଷା ଶେଟ୍ଟୀଙ୍କ ଦ୍ବାରା ଦାଖଲ ପିଟିସନରେ ଦର୍ଶାଯାଇଛି ଯେ ଏହି ବିବୃତ୍ତି ଅପମାନଜନକ ଏବଂ ନିନ୍ଦନୀୟ । ଏପରି କରି ସ୍ବରା କୋର୍ଟର ଅବମାନନା କରିଛନ୍ତି।

ABOUT THE AUTHOR

...view details