ଓଡିଶା

odisha

ETV Bharat / sitara

ଅଭିଷେକଙ୍କୁ ନେଇ ଖୁସି ଖବର, ସାଇନ କଲେ ଏହି ସିରିଜ - ‘ବ୍ରେଥ 2’ର ସଫଳତା ପରେ ଏହାର ତୃତୀୟ ସିଜନକୁ ନେଇ ଚର୍ଚ୍ଚା

‘ବ୍ରେଥ 2’ର ସଫଳତା ପରେ ଏହାର ତୃତୀୟ ସିଜନକୁ ନେଇ ଚର୍ଚ୍ଚା । ଯେଉଁଥିରେ ମୁଖ୍ୟ ଭୂମିକାରେ ପୁଣି ନଜର ଆସିବେ ଅଭିଷେକ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଭିଷେକ ବଚ୍ଚନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଭିଷେକ ବଚ୍ଚନ

By

Published : Jul 11, 2020, 6:51 PM IST

ମୁମ୍ବାଇ: ବି-ଟାଉନର ଜୁନିୟର ବଚ୍ଚନ ଅଭିଷେକ ବର୍ତ୍ତମାନ ନିଜ ଡିଜିଟାଲ ଡେବ୍ୟୁକୁ ନେଇ ଚର୍ଚ୍ଚାରେ । ଶୁକ୍ରବାର ତାଙ୍କ ଡେବ୍ୟୁ ସିରିଜ ‘ବ୍ରେଥ: ଇନଟୁ ଦ ସ୍ୟାଡୋଜ’ ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମି କରାଯାଇଥିଲା । ସେହିପରି ସିରିଜକୁ ଦର୍ଶକ ଓ କ୍ରିଟିକ୍ସଙ୍କ ଜବରଦସ୍ତ ପ୍ରତିକ୍ରିୟା ମିଳିବାରେ ଲାଗିଛି । ଅଭିଷେକଙ୍କ ସହ ଏହି ସିରିଜରେ ସାଉଥର ଫେମସ ଅଭିନେତ୍ରୀ ନିତ୍ୟା ମେନନ ମଧ୍ୟ ଡେବ୍ୟୁ କରିଛନ୍ତି। ଇତିମଧ୍ୟରେ ଅଭିଷେକଙ୍କ ଫ୍ୟାନ୍ସ ପାଇଁ ସାମ୍ନାକୁ ଆସିଛି ଗୁଡନ୍ୟୁଜ ।

ଆଜ୍ଞା ହଁ, ‘ବ୍ରେଥ 2’ ସଫଳତା ପରେ ଏବେ ଏହାର ତୃତୀୟ ପାର୍ଟକୁ ନେଇ ଚର୍ଚ୍ଚା । ଯାହା ଖୁବଶୀଘ୍ର ଆସିବାକୁ ଯାଉଛି । ମୁଖ୍ୟ କଥା ହେଲା ଯେ ତୃତୀୟ ସିଜନରେ ବି ଅଭିଷେକଙ୍କ ଦମଦାର ଅଭିନୟ ଦେଖିବାକୁ ପାଇବେ ଦର୍ଶକ।

ପ୍ରକାଶ ଥାଉକି ଅଭିଷେକ ତୃତୀୟ ସିଜନ ପାଇଁ ସାଇନ ମଧ୍ୟ କରିସାରିଲେଣି । ହେଲେ ଏଯାବତ ଏହାର ଅଧିକାରୀକ ଘୋଷଣା କରିନାହାଁନ୍ତି ସେ । ସେହିପରି ଏହାର ପ୍ରଥମ ସିଜନରେ ଲୋକପ୍ରିୟ ଅଭିନେତା ଆର ମାଧବନ ଓ ଅମିତ ସାଧ ନଜର ଆସିଥିଲେ।

ABOUT THE AUTHOR

...view details