ଓଡିଶା

odisha

By

Published : Jun 20, 2020, 4:59 PM IST

ETV Bharat / sitara

ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା, ଅଭୟଙ୍କୁ କମେଣ୍ଟ କରି ଟ୍ରୋଲ ହେଲେ ସୁଜୈନ

ସୋସିଆଲ ମିଡିଆରେ ଏବେ ଚାଲିଛି ପରିବାରବାଦ ଆନ୍ଦୋଳନ । ବଲିଉଡରେ ଏହାର ଶିକାର ହୋଇସାରିଛନ୍ତି ଅଭୟ ଦେଓଲ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଲୋକଙ୍କଠୁ ନେଇ କିଛି ସେଲିବ୍ରିଟି ବଲିଉଡରେ ଚାଲିଥିବା ପରିବାରବାଦ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି କଙ୍ଗନା ରଣାୱତ, ଶେଖର କପୁର, ଅଭିନବ ସିଂ କଶ୍ୟପ ଓ ସୋନୁ ନିଗମ । ଆଉ ଏବେ ଏହି ମାମଲାରେ ସାମିଲ ହୋଇଛନ୍ତି ଆକ୍ଟର ଅଭୟ ଦେଓଲ । ସେ ଏକ ପୋଷ୍ଟ ସେୟାର କରି ମନ କଥା ବଖାଣିଛନ୍ତି । ଜଣାଇଛନ୍ତି ବଲିଉଡରେ ଗୁଣ୍ଡାରାଜ, ମାଫିଆଗିରି ଓ ପରିବାରବାଦର ଶିକାର ହୋଇସାରିଛନ୍ତି ।

ଫିଲ୍ମ ‘ଜିନ୍ଦେଗୀ ମିଲେଗି ନା ଦୋବାରା’ ତାଙ୍କୁ କେବଳ ସପୋର୍ଟିଂ ଆକ୍ଟର ରୂପେ ଉପସ୍ଥାପନ କରାଯାଇଥିଲା । ହେଲେ ସେ ମଧ୍ୟ ଫିଲ୍ମରେ ମୁଖ୍ୟ ଭୂମିକାରେ ଥିଲେ । ତାଙ୍କ ସହ ଫିଲ୍ମରେ ଥିବା ହ୍ରିତିକ ରୋଶନ, ଫରହାନ ଅଖତର ଓ କ୍ୟାଟ୍ରିନା କୈଫଙ୍କୁ ମୁଖ୍ୟ ଭୂମିକାରେ ମେକର୍ସ ପର୍ଯ୍ୟବେଶିତ କରିଥିଲେ । ଆଉ ତାଙ୍କୁ ଅନେକ ଆୱାର୍ଡ ଫଙ୍କସନରେ ଲେଟ ଡାଉନ କରାଯାଇଛି । ଯାହା ତାଙ୍କ ପାଇଁ ଫିଲ୍ମ ଫେୟାର ନୁହେଁ ଫ୍ୟାମିଲି ଫେୟାର ବୋଲି ପୋଷ୍ଟରେ ଜଣାଇଛନ୍ତି ଅଭୟ ।

ଅଭୟଙ୍କ ଏହି ପୋଷ୍ଟକୁ ଖଣ୍ଡନ କରିଛନ୍ତି ହ୍ରିତିକଙ୍କ ପୂର୍ବତନ ପତ୍ନୀ ସୁଜୈନ ଖାନ । ସେ ପ୍ରତିକ୍ରିୟା ଦେଇ କମେଣ୍ଟରେ ଲେଖିଛନ୍ତି, ‘ମୋର ଫେଭରେଟ ଫିଲ୍ମ । ମୁଁ ଅନେକଥର ସେହି ଫିଲ୍ମ ଦେଖି ଅନୁଭବ କରୁଛି ଯେ କେତେ ଶାନଦାର ସମୟ ଥିଲା । 3 ବନ୍ଧୁଙ୍କ କାହାଣୀକୁ ନେଇ ଦମଦାର ଷ୍ଟୋରି । ଏହି ତିନିଜଣଙ୍କ ବଣ୍ଡିଂଠୁ ଅଧିକ କିଛି ନୁହେଁ ।’

ସେହିପରି ସୁଜୈନଙ୍କ ଏହି ପୋଷ୍ଟ ଦେଖି ଫ୍ୟାନ୍ସଙ୍କ ରାଗ ଆହୁରି ବଢିଯାଇଛି । ଯାହାଦ୍ବାରା ତାଙ୍କୁ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରୋଲ କରିବାରେ ଲାଗିଛନ୍ତି ପରିବାରବାଦ ଅଭିଯୋଗ ଆଣିଥିବା ୟୁଜର୍ସ ।

ABOUT THE AUTHOR

...view details