ଓଡିଶା

odisha

ETV Bharat / sitara

ସୁଶାନ୍ତଙ୍କ ମୃତ୍ୟୁରେ ଟ୍ରୋଲ ହୋଇ ବଡ ପଦକ୍ଷେପ ନେଲେ ରିଆ

ରିଆ ଚକ୍ରବର୍ତ୍ତୀଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ସେ ୟୁଜର୍ସଙ୍କଠୁ ବଞ୍ଚିବା ପାଇଁ ବନ୍ଦ କଲେ ଇନଷ୍ଟାଗ୍ରାମ କମେଣ୍ଟ ସେକ୍ସନ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଆ ଚକ୍ରବର୍ତ୍ତୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଆ ଚକ୍ରବର୍ତ୍ତୀ

By

Published : Jun 27, 2020, 4:52 PM IST

ମୁମ୍ବାଇ: ଟ୍ୟାଲେଣ୍ଟେଡ ଆକ୍ଟର ସୁଶାନ୍ତ ସିଂ ରାଜପୁତ ଗତ 14 ତାରିଖରେ ଆତ୍ମହତ୍ୟା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ତାଙ୍କ ମୃତ୍ୟୁ ପରେ ଅନେକ କଥା ସାମ୍ନାକୁ ଆସିବାରେ ଲାଗିଛି । କୁହାଯାଉଛି ଯେ ସେ ଗତ 6 ମାସରୁ ଡିପ୍ରେସନରେ ଥିବାରୁ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଛନ୍ତି । ହେଲେ ଫ୍ୟାନ୍ସଙ୍କ ରାଗର ଶିକାର ତାଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ବାରମ୍ବାର ହେବାରେ ଲାଗିଛନ୍ତି । ତାଙ୍କୁ ସୋସିଆଲ ମିଡିଆରେ କିଛି ଦିନ ହେବ ଟ୍ରୋଲ ମଧ୍ୟ କରାଯାଉଛି ।

ନିକଟରେ ମୁମ୍ବାଇ ପୋଲିସ ରିଆଙ୍କୁ ପାଖାପାଖି 10 ଘଣ୍ଟା ପଚରାଉଚରା କରି ବୟାନ ରେକର୍ଡ କରିଥିଲା । ଯାହାପରଠୁ ଫ୍ୟାନ୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । ସୁଶାନ୍ତଙ୍କ ଆତ୍ମହତ୍ୟାର ଦୋଷୀ ରିଆଙ୍କୁ ମଧ୍ୟ କୁହାଯାଇଛି । ଏହି ପରି ଅନେକ କଥା ଶୁଣିବା ଥକିଯିବା ପରେ ଏବେ ରିଆ ବଡ ପଦକ୍ଷେପ ନେଇଛନ୍ତି ।

ଆଜ୍ଞା ହଁ, ସେ ଟ୍ରୋଲର୍ସଙ୍କଠୁ ବଞ୍ଚିବା ପାଇଁ ନିଜ ଇନଷ୍ଟାଗ୍ରାମର କମେଣ୍ଟ ସେକ୍ସନ ବନ୍ଦ କରିଦେଇଛନ୍ତି । ଏହାଦ୍ବାରା ୟୁଜର୍ସ ତାଙ୍କୁ କମେଣ୍ଟ କରିପାରିବେ ନାହିଁ ।

ପ୍ରକାଶ ଥାଉକି ପୋଲିସକୁ ଦେଇଥିବା ବୟାନରେ ରିଆ କହିଥିଲେ ସୁଶାନ୍ତ ଆଉ ସେ ଏବର୍ଷ ନଭେମ୍ବରରେ ବିବାହ କରିବାରର ପ୍ଲାନିଂ କରିଥିଲେ । ଯାହା ପାଇଁ ସେ ମୁମ୍ବାଇରେ ଘର ମଧ୍ୟ ଖୋଜୁଥିଲେ ।

ABOUT THE AUTHOR

...view details