ଓଡିଶା

odisha

ସୁପର-30: ରିଲ୍‌ର ଆନନ୍ଦଙ୍କୁ ଦେଖି ଖୁସି ରିଅଲ ଆନନ୍ଦ

By

Published : Jun 5, 2019, 12:02 PM IST

ରିଲିଜ ହୋଇଛି ସୁପର-30ର ଟ୍ରେଲର । ହ୍ରିତିକଙ୍କୁ ଦେଖି ରିଅଲ ଲାଇଫ ଆନନ୍ଦ କହିଲେ ଫିଲ୍ମରେ ‘ମୁଁ ଥିଲା ଭଳି ଲାଗୁଛି’ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରବାଦ: ବହୁ ପ୍ରତିକ୍ଷିତ ଫିଲ୍ମ ସୁପର-30ର ଟ୍ରେଲର ରିଲିଜ ହୋଇଛି । ଏଥିରେ ହ୍ରିତିକଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିଛି । ଫିଲ୍ମର କାହାଣୀ ରିଅଲ ଲାଇଫର ଆନନ୍ଦ କୁମାରଙ୍କ ଉପରେ ଆଧାରିତ । ଆନନ୍ଦ ବିହାର ପାଟନାର ଜଣେ ଗଣିତ ଅଧ୍ୟାପକ ।

ଫଟୋ ସୌଜନ୍ୟ: ଟ୍ବିଟର/Anand Kumar

ତେବେ ଫିଲ୍ମର ଟ୍ରେଲର ରିଲିଜ ପରେ ଇମଶୋନାଲ ହେଇଛନ୍ତି ରିଅଲ ଲାଇଫ ଆନନ୍ଦ । ଟ୍ରେଲର ଦେଖି ଆନନ୍ଦ କହିଥିଲେ ‘ଫିଲ୍ମରେ ହ୍ରିତିକ ନୁହେଁ ଲାଗୁଛି ମୁଁ ନିଜେ’ । ତେବେ ଆନନ୍ଦ ‘ସୁପର-30’ର ପ୍ରତିଷ୍ଠାତା । ପ୍ରକାଶ ଥାଉକି, ସୁପର-30 ଏକ ଶିକ୍ଷା ଅଭିଯାନ ଯେଉଁଥିରେ ଆଇଆଇଟି-ଜେଇ ପାଇଁ ଟ୍ରେନିଂ ନେବାକୁ ଚାହୁଁଥିବା ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଦିଆଯାଏ । ତେବେ ଏହି ଅଭିଯାନର ନାମ ଅନୁସାରେ ଫିଲ୍ମର ନାମ ସୁପର-30 ରଖାଯାଇଛି ।

ତେବେ ଏନେଇ ଆନନ୍ଦ ଟ୍ବିଟ କରି ନିଜ ଖୁସି ବ୍ୟକ୍ତ କରିଥିଲେ । ଫିଲ୍ମର ପ୍ରଯୋଜନା ଦାୟିତ୍ବ ନେଇଛନ୍ତି ନାଡିୱାଡବାଲା ଗ୍ରାଣ୍ଡସନ ଏଣ୍ଟରଟେନମେଣ୍ଟ, ରିଲିଆନ୍ସ ଏଣ୍ଟରଟେନମେଣ୍ଟ ଓ ଫାନଟୋମ ଫିଲ୍ମ । ଫିଲ୍ମରେ ହ୍ରିତିକଙ୍କ ସହ ମୃଣାଲ ଠାକୁର ଓ ପଙ୍କଜ ତ୍ରିପାଠୀଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ତେବେ ଫିଲ୍ମଟି ଜୁଲାଇ 12ରେ ରିଲିଜ ହେବ ।

ABOUT THE AUTHOR

...view details