ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲା ଓ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଛନ୍ତି ରିୟା ଚକ୍ରବର୍ତ୍ତୀ। ମଙ୍ଗଳବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) କାର୍ଯ୍ୟାଳୟର ଲକଅପରେ ରାତି କାଟିବା ପରେ ବୁଧବାର ରିୟାଙ୍କୁ ଭାୟକୁଲ୍ଲା ଜେଲକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ଡ୍ରଗ୍ସ ମାମଲାରେ ଗିରଫ ହେବାର କିଛି ସମୟ ପରେ ତାଙ୍କୁ ସ୍ଥାନୀୟ କୋର୍ଟ ଦ୍ବାରା ସେପ୍ଟେମ୍ବର 22 ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ପଠାଯାଇଛି।
ତେବେ କୋର୍ଟ ରିୟାଙ୍କ ଆଗୁଆ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏହାସହ ଏନସିବି କୋର୍ଟଙ୍କୁ ସୂଚନା ଦେଇ କହିଛି ଯେ, ସେ ଜଣେ ଡ୍ରଗ୍ ସିଣ୍ଡିକେଟ୍ ର ଜଣେ ସକ୍ରିୟ ସଦସ୍ୟ ଏବଂ ତାଙ୍କ ପ୍ରେମିକ ରାଜପୁତଙ୍କ ପାଇଁ ଡ୍ରଗ୍ କ୍ରୟ କରିଥିଲେ। ଏହାସହ ଏନସିବି ଆଉ ତାଙ୍କୁ ହେପାଜତକୁ ନେବାକୁ ଚାହୁଁ ନାହିଁ କାରଣ ରିୟାଙ୍କୁ ଲଗାତାର ତିନି ଦିନ ଧରି ପ୍ରଶ୍ନ କରିସାରିଛି।