ଓଡିଶା

odisha

ETV Bharat / sitara

ସୋନୁଙ୍କ ପଥ ଅନୁସରଣ କଲେ ପ୍ରକାଶ, ପ୍ରବାସୀଙ୍କୁ କଲେ ସାହାଯ୍ୟ - କୋରୋନା ଭାଇରସ

ବର୍ତ୍ତମାନ ଚର୍ଚ୍ଚାରେ ପ୍ରକାଶ ରାଜ। ସେ ମଧ୍ୟ ପ୍ରବାସୀ ଶ୍ରମିକଙ୍କ ସେବାରେ ଲାଗିପଡିଛନ୍ତି। ଧିରେ ଧିରେ କରି ସମସ୍ତଙ୍କୁ ନିଜ ଘରକୁ ପଠାଇବାର ବ୍ୟବସ୍ଥା କରିଛନ୍ତି ସେ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରକାଶ ରାଜ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରକାଶ ରାଜ

By

Published : May 26, 2020, 5:21 PM IST

ମୁମ୍ବାଇ: ଦେଶରେ କ୍ରମାଗତ ଭାବରେ କୋରୋନା ଭାଇରସ ବ୍ୟାପୁଛି। ଏହାର ଭୟାବହତାକୁ ଦୃଷ୍ଟିରେ ରଖି ସରକାର 31 ମେ ପର୍ଯ୍ୟନ୍ତ ଲକଡାଉନ ଲାଗୁ କରିଛନ୍ତି। ଯାହାକୁ ନେଇ ପ୍ରବାସୀ ଶ୍ରମିକ, ଦିନମ ମଜୁରିଆ ମାନେ ଅଧିକା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମୟରେ, ବଲିଉଡର ସେଲିବ୍ରିଟିମାନେ ଲୋକଙ୍କୁ ସାହାଯ୍ୟ କରିବାକୁ ଧିରେ ଧିରେ କରି ସାମ୍ନାକୁ ଆସିବାରେ ଲାଗିଛନ୍ତି। ସୋନୁ ସୁଧଙ୍କ ପରେ ଏବେ ଫେମସ ଅଭିନେତା ପ୍ରକାଶ ରାଜ ଏହି କ୍ରମରେ ସାମିଲ ହୋଇଛନ୍ତି।

ଫଟୋ ସୌଜନ୍ୟ: ଟ୍ବିଟର@ପ୍ରକାଶ ରାଜ୍

ପ୍ରକାଶ ନିଜ ଫାର୍ମ ହାଉସରେ ରହି ଫାଉଣ୍ଡେସନ ମାଧ୍ୟମରେ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଘରକୁ ପଠାଇବାରେ ଚେଷ୍ଟା ଚଳାଇଛନ୍ତି।

ନିକଟରେ ସେ ବସରେ ବସିଥିବାର କିଛି ଲୋକ ଫଟୋ ନିଜ ଟ୍ବିଟରରେ ପୋଷ୍ଟ କରିଥିଲେ । ଫଟୋରେ ଜଣାପଡୁଛି ଯେ ପ୍ରବସୀ ଶ୍ରମିକ ନିଜ ଘରକୁ ଫେରୁଥିବାର। ସେହିପରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ରାସ୍ତାରେ ପ୍ରବାସୀ ଏଯାବତ ଅଛନ୍ତି। ପ୍ରତିଦିନ ଶହ ଶହ ଲୋକଙ୍କ ସହ ମୁଁ ଛିଡା ହେଉଛି। ଆପଣଙ୍କୁ ଅନୁରୋଧ କରୁଛି ସମସ୍ତଙ୍କୁ ନିଜ ସମ୍ପର୍କୀୟଙ୍କ ପାଖରେ ପହଞ୍ଚାଇବାର ମାର୍ଗ ଖୋଜନ୍ତୁ । ଆସନ୍ତୁ ଜୀବନକୁ ପୁଣିଥରେ ଫେରିବା।’

ABOUT THE AUTHOR

...view details