ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଷଡଯନ୍ତ୍ର ପଦାକୁ ଆସିବା ପରେ ଚାଲିଛି ତଦନ୍ତ । ଶୁକ୍ରବାର ଚାଲିଥିବା ଡ୍ରଗ୍ସ ଯାଞ୍ଚରେ ଏନସିବି ରିଆ ଚକ୍ରବର୍ତ୍ତୀଙ୍କ ଭାଇ ଶୋଭିକ୍ ଏବଂ ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲଙ୍କୁ ଗିରଫ କରିଥିଲା । ଇତିମଧ୍ୟରେ ଖବର ସାମ୍ନାକୁ ଆସୁଛି ଯେ, ଶନିବାର ଦିନ ଏନସିବି ସୁଶାନ୍ତଙ୍କ କର୍ମଚାରୀ ଦୀପେଶ ସାୱନ୍ତଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ରବିବାର 11 ଟାରେ ଏସପ୍ଲାନେଟ କୋର୍ଟରେ ଦୀପେଶ ହାଜର ହେବେ । ଡ୍ରଗ୍ସ ପରିଚାଳନାରେ ଦୀପେଶଙ୍କ ଭୂମିକା ଏବଂ ଡିଜିଟାଲ ପ୍ରମାଣ ଆଧାରରେ ତାଙ୍କୁ ଗିରଫ କରାଯାଇଛି ବୋଲି ଏନସିବି କହିଛି ।