ଓଡିଶା

odisha

ETV Bharat / sitara

ବିବାଦରେ ଫିଲ୍ମ 'ସାଏରା ନରସିମ୍ହା ରେଡ୍ଡୀ'; ପାଇକ ବିଦ୍ରୋହକୁ ଅସମ୍ମାନ ଅଭିଯୋଗ

ଅକ୍ଟୋବର ୨ରେ ରିଲିଜ ହେବାକୁ ଥିବା ବହୁ ଚର୍ଚ୍ଚିତ ଫିଲ୍ମ 'ସାଏରା ନରସିମ୍ହା ରେଡ୍ଡୀ'କୁ ନେଇ କିଛି ଦିନ ହେବ ଆରମ୍ଭ ହୋଇଯାଇଛି ବିବାଦ । ଓଡ଼ଶୀବାସୀ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ବିଦ୍ରୋହ କହୁଥିବା ବେଳେ ଫିଲ୍ମରେ ନରସିମ୍ହାଙ୍କୁ ପ୍ରଥମ ସ୍ବାଧୀନତା ସଂଗ୍ରାମୀ କୁହାଯାଇଛି। ଅଧିକ ପଢନ୍ତୁ :

ଡିଜାଇନ ଫଟୋ

By

Published : Sep 25, 2019, 5:35 PM IST

ଭୁବନେଶ୍ବର: ରିଲିଜ ପୂର୍ବରୁ ବିବାଦରେ ‘ସାଏରା ନରସିମ୍ହା ରେଡ୍ଡୀ’ ଚଳଚ୍ଚିତ୍ର । 1846 ଆନ୍ଧ୍ର ପ୍ରଦେଶରେ ବ୍ରିଟିଶ ଶାସନ ପ୍ରତି ହୋଇଥିବା ନରସିମ୍ହା ରେଡୀଙ୍କ ବିଦ୍ରୋହକୁ ନେଇ ନିର୍ମିତ ହୋଇଛି ହାଇ ବଜେଟ ଫିଲ୍ମ ‘ସାଏରା ନରସିମ୍ହା ରେଡ୍ଡୀ’ । ସାଉଥର ଫେମସ ପ୍ରଯୋଜକ ଏହି ଚଳଚ୍ଚିତ୍ରକୁ ନିର୍ମାଣ କରୁଥିବା ବେଳେ ଫିଲ୍ମଟି ତେଲେଗୁ ,ହିନ୍ଦୀ, ତାମିଲ, ମାଲାୟଲମ ଭଳି ଚାରୋଟି ଭାଷାରେ ରିଲିଜ କରାଯିବ।

ଭିଡିଓ ସୌଜନ୍ୟ: ପ୍ରତିନିଧି,ଭୁବନେଶ୍ବର

ତେବେ 1817 ମସିହାରେ ପ୍ରଥମେ ଓଡ଼ିଶାରେ ପାଇକ ବିଦ୍ରୋହ ହୋଇଥିଲା । ସେହି ସମୟରେ ଓଡ଼ିଶାର ବୀର ପାଇକ ମାନେ ବ୍ରିଟିଶଙ୍କୁ ଧୂଳି ଚଟାଇଥିଲେ । ଇତିହାସର ପୃଷ୍ଠା କୁହେ ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ଵାଧୀନତା ସଂଗ୍ରାମ। ଏଠି ପ୍ରଶ୍ନ ଉଠୁଛି , ଏହି ଫିଲ୍ମର କାହାଣୀ ପାଇକ ବିଦ୍ରୋହ ପ୍ରତି ଅସମ୍ନାନ ନୁହେଁ ତ? ଆଉ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଇତିହାସ ଗବେଷକ ସନ୍ତ କୁମାର ।

କେଉଁ ବିଦ୍ରୋହ ପ୍ରଥମେ ହୋଇଥିଲା ତାହା ଗବେଷଣା ହେଲେ ହିଁ କହିହେବ । ମନଇଚ୍ଛା ଯିଏ ଯାହା କହିଲେ ତାହା ଗ୍ରହଣୀୟ ନୁହେଁ ବୋଲି ଏଭଳି କିଛି ଯୁକ୍ତି ବାଢିଛନ୍ତି ଇତିହାସ ପ୍ରଫେସର ସନ୍ତ କୁମାର ମଲ୍ଲିକ । ପ୍ରକାଶ ଥାଉକି ପୂର୍ବରୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏହି ଫିଲ୍ମକୁ ନେଇ ଆପତ୍ତି ପ୍ରକାଶ କରିସାରିଛନ୍ତି ।

ଫିଲ୍ମରେ ମୁଖ୍ୟ ଭୂମିକାରେ ମେଗାଷ୍ଟାର ଚିରଞ୍ଜୀବ ଓ ବିଗ ବି ଅମିତାଭ ବଚ୍ଚନ ନଜର ଆସିବେ । ଫିଲ୍ମରେ ବ୍ରିଟିଶଙ୍କ ବିରୋଧରେ ଲଢିଥିବା ନରସିମ୍ହାଙ୍କୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମୀ କୁହାଯାଇଛି । ଯାହାକୁ ନେଇ ଏବେ ଓଡ଼ିଶାବାସୀ ପ୍ରଶ୍ନ ଉଠାଇଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତ ରାୟ, ଇଟିଭି ଭାରତ

ABOUT THE AUTHOR

...view details