ଓଡିଶା

odisha

ETV Bharat / sitara

ଲକଡାଉନ ଘୋଷଣା: ଘରକୁ ଯିବାକୁ ଚାହୁଁଛନ୍ତି ସ୍ବରା - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକଡାଉନ ନିଷ୍ପତ୍ତି

ବର୍ତ୍ତମାନ ପୁରା ଦେଶବାସୀ ନିଜ ନିଜ ଘରେ ରହି ସମୟ ବିତାଉଛନ୍ତି । ଇତିମଧ୍ୟରେ ନିଜ ଘରକୁ ମିସ କରୁଥିବାର କଥା କହି ଚର୍ଚ୍ଚାରେ ସ୍ବରା ଭାସ୍କର।

swara bhaskar
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

By

Published : Mar 25, 2020, 2:04 PM IST

ମୁମ୍ବାଇ: ଭାରତରେ କୋରୋନା ଭାଇରସ ବଢୁଥିବା ଆତଙ୍କ ଦେଖି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 3 ସପ୍ତାହ ପାଇଁ ପୁରା ଦେଶକୁ ଲକଡାଉନ କରିବାର ଆଦେଶ ଦେଇଥିଲେ । 21 ଦିନ ପର୍ଯ୍ୟନ୍ତ ହେବାକୁ ଯାଉଥିବା ଏହି ଲକଡାଉନ ଗୋଟିଏ ପ୍ରକାର କର୍ଫ୍ୟୁ। ପିଏମ ମୋଦିଙ୍କ ଘୋଷଣା ପରେ ବିବାଦୀୟ ଅଭିନେତ୍ରୀ ସ୍ବରା ଭାସ୍କରଙ୍କୁ ଘର କଥା ମନେ ପଡୁଛି।

ଏହାର ସୂଚନା ସେ ଏକ ଟ୍ବିଟ କରି ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ସେ ଲେଖିଛନ୍ତି, ‘ମୁଁ ମୁମ୍ବାଇରେ ଏକୁଟିଆ ରହୁଛି, ଘର ଲୋକଙ୍କୁ ମିସ କରୁଛି। ମୁଁ ଘରକୁ ଯିବାକୁ ଚାହୁଁଛି।’ ଦିଲ୍ଲୀରେ ରହୁଛନ୍ତି ତାଙ୍କ ପରିବାର।

ପ୍ରକାଶ ଥାଉକି ସ୍ବରା ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି। ଆଉ ତାଙ୍କ ପୋଷ୍ଟକୁ ନେଇ ପ୍ରାୟତଃ ସୋସିଆଲ ମିଡିଆରେ ଚହଳ ସୃଷ୍ଟି ହୋଇଥାଏ । ଅନେକଥର ସେ ନିଜ ବୟାନ ପାଇଁ ଟ୍ରୋଲର୍ସଙ୍କ ଶିକାର ମଧ୍ୟ କରିସାରିଲେଣି। ନିକଟରେ ସେ ସିଏଏ ଓ ଅନଆରସି ବିରୋଧ ପ୍ରଦର୍ଶନ କରୁଥିବାର ନଜର ଆସିଥିଲେ।

ABOUT THE AUTHOR

...view details